୧୬ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

୧୬ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’

modi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହି ଦିନ ସେ ରାଜଧାନୀ ଭୁବନେଶ୍ୱରରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିବେ ବୋଲି ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି।

ଏହି ରୋଡ୍‌ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ଲେଫ୍ଟ ଟର୍ଣ୍ଣ ନେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବ। ଏହାପରେ ବରମୁଣ୍ଡା ପଡ଼ିଆରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସମୀର ମହାନ୍ତି କହିଛନ୍ତି।

ମୋଦିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଟ୍ ଲାଇନ୍‌, ପାର୍କିଂ, କାର୍‌କେଡ୍‌ ଓ ମିଟିଂ ସ୍ଥଳର ସୁରକ୍ଷା ଯାଞ୍ଚ କରିଛନ୍ତି ପୁଲିସ୍‌ କମିଶନର ଓ ଡିସିପି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କୋରାପୁଟର ଜୟପୁର, କଳାହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭା କରି ସାରିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପାରଳାଖେମୁଣ୍ଡି,କେନ୍ଦୁଝର, ବରଗଡ଼ ଆଦି ସ୍ଥାନରେ ନିର୍ବାଚନୀ ସଭା କରିଥିବା ବେଳେ ପୁରୀରେ ଏକ ରୋଡ୍ ଶୋ’ କରିଥିଲେ।



from Odisha Reporter http://bit.ly/2Ky0cqD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages