ଧୋନିଙ୍କ ଆଚରଣକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଧୋନିଙ୍କ ଆଚରଣକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଟିମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅମ୍ପାୟାରଙ୍କ ସହ ବ୍ୟବହାରକୁ କ୍ରିକେଟ୍ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍, ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍କ ୱ’, ଭାରତର ପୂର୍ବତନ କ୍ରିକେଟର୍ ଆକାଶ ଚୋପ୍ରା ଓ ସଞ୍ଜୟ ମଞ୍ଜରେକର ଧୋନିଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାଇକେଲ୍ ଭନ୍ କହିଛନ୍ତି, ‘ଏହା ଖେଳ ପାଇଁ ଆଦୌ ଶୁଭଙ୍କର ନୁହେଁ। କୌଣସି କ୍ୟାପଟେନଙ୍କୁ ଡଗଆଉଟରୁ ପିଚକୁ ଆସିବା ପାଇଁ ଅନୁମତି ନାହିଁ। ଧୋନି ପୁଣି ପିଚକୁ ଆସିବା, ଅସମ୍ଭବ ଲାଗୁଛି। ଧୋନି କିଛି ବି କରିପାରନ୍ତି, କିନ୍ତୁ ଏଭଳି ଡଗଆଉଟ୍ ଛାଡ଼ି ମଇଦାନରେ ଅମ୍ପାୟାରଙ୍କୁ ଅଙ୍ଗୁଳି ଦେଖାଇପାରିବେ ନାହିଁ। ଏହା ଆଦୌ ଗ୍ରହଣୀୟ ନୁହେଁ।’

ମାର୍କ ୱ’ ଏହି ଘଟଣାକୁ ଅସନ୍ତୋଷ ଜାହିର କରିଛନ୍ତି । ସେ କହିଛନ୍ତି, ‘ମୁଁ ଆଇପିଏଲରେ ମାଲିକମାନଙ୍କ ଚାପ ଓ ଅର୍ଥବଳକୁ ବୁଝିପାରୁଛି, କିନ୍ତୁ ଦୁଇଟି ଘଟଣାକୁ ନେଇ ମୁଁ ବହୁତ ନିରାଶ। ଏଥିରେ ଟିମର ଅଧିନାୟକ ସାମିଲ୍ ଥିଲେ। ଜଣେ ଅଶ୍ୱିନ୍ ଏବଂ ଆଉ ଜଣେ ଧୋନି। ଏହା କିଛି ବି ଠିକ୍ ହେଉନାହିଁ।’

ସଞ୍ଜୟ ମଞ୍ଜରେକର କହିଛନ୍ତି, ମୁଁ ସବୁବେଳେ ଧୋନିଙ୍କ ବଡ଼ ପ୍ରଶଂସକ ରହିଆସିଛି। କିନ୍ତୁ ତାଙ୍କର ଏଭଳି ଗ୍ରାଉଣ୍ଡ ଭିତରକୁ ଯିବା ମୋତେ ଭଲ ଲାଗିଲାନି। ଏଭଳି ବ୍ୟବହାର ପାଇଁ ତାଙ୍କ ଉପରେ ଏକ ଛୋଟିଆ ଜୋରିମାନା ଲାଗିଥିବାରୁ ସେ ବହୁତ ଭାଗ୍ୟବାନ।’

ଆକାଶ ଚୋପ୍ରା କହିଛନ୍ତି, ‘ଚଳିତ ଆଇପିଏଲରେ ଅମ୍ପାୟାରିଂ ସ୍ତର ବହୁ ତଳକୁ ଖସିଯାଇଛି। ପ୍ରଥମେ ନୋ’ ବଲ ଦିଆଯାଉଛି ଏବଂ ପରେ ଏହାକୁ ଖାରଜ କରିଦିଆଯାଉଛି। ଏହାକୁ ନେଇ ଜଣେ ରାଗିବା ସ୍ୱାଭାବିକ। କିନ୍ତୁ ଗୋଟିଏ ଟିମର ଅଧିନାୟକ ଆଉଟ୍ ହେବା ପରେ ପୁଣିଥରେ ଗ୍ରାଉଣ୍ଡକୁ ଚାଲିଆସିବା ଠିକ୍ ହୋଇନାହିଁ। ଧୋନି ଆଜି ଏକ ଭୁଲ ଉଦାହରଣ ସୃଷ୍ଟି କରିଛନ୍ତି।’

ସେହିପରି ପୂର୍ବତନ କ୍ରିକେଟର ହେମାଙ୍ଗ ବଦାନି କହିଛନ୍ତି, ‘ଅମ୍ପାୟାରଙ୍କ ପାଖରେ ନୋ’ ବଲ୍ ଦେବା ଏବଂ ପରେ ଏହାକୁ ଖାରଜ କରିଦେବାର ଅଧିକାର ରହିଛି। କିନ୍ତୁ ଧୋନି ଏହାକୁ ଯେଉଁଭଳି ଭାବେ ହ୍ୟାଣ୍ଡଲ୍ କଲେ, ତାହା ସମସ୍ତଙ୍କୁ ଚକିତ କରିଛି। ଏହା କ୍ୟାପଟେନ୍ କୁଲଙ୍କ ବ୍ୟବହାର ଭଳି ନଥିଲା।’



from Odisha Reporter http://bit.ly/2UPMZgR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages