ମାସୁଦ ପାଇଁ ଚାଇନାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ର ଖୋଲା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ମାସୁଦ ପାଇଁ ଚାଇନାକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ର ଖୋଲା ଧମକ

ନୂଆଦିଲ୍ଲୀ: ଦିନକୁ ଦିନ ପାକିସ୍ତାନର ଗେହ୍ଲା ପୁଅ ସାଜିଥିବା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ଚାଇନା ଉପରେ ଚାପ ବଢ଼ିବାରେ ଲାଗିଛି। ମାସୁଦକୁ ଜାତିସଂଘ ସୁରକ୍ଷା ପରିଷଦରେ ଆତଙ୍କବାଦୀ ଘୋଷଣା ଉପରେ ବାରମ୍ବାର ରୋକ ଲଗାଉଥିବା ଚାଇନାକୁ ଆଜି ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ପକ୍ଷରୁ ଖୋଲାଖୋଲି ଧମକ ଦିଆଯାଇଛି।

ଚାଇନା ନିଜର ଭିଟୋ କ୍ଷମତା ପ୍ରୟୋଗ କରି ମାସୁଦକୁ ଆତଙ୍କବାଦୀ ଘୋଷଣା ଉପରେ ଆସିଥିବା ପ୍ରସ୍ତାବ ଉପରେ ଟେକ୍ନିକାଲ ହୋଲଡ୍‌ ବା ବୈଷୟିକ ରୋକ ପ୍ରୟୋଗ କରୁଛି। ଯଦି ଗୋଟିଏ ସପ୍ତାହ ମଧ୍ୟରେ ଚାଇନା ମାସୁଦକୁ ଆତଙ୍କବାଦୀ ଘୋଷଣା ପାଇଁ ଆସିଥିବା ପ୍ରସ୍ତାବ ଉପରୁ ଟେକ୍ନିକାଲ ହୋଲ୍‌ଡ ପ୍ରତ୍ୟାହାର ନ କରିବ, ତା’ହେଲେ ଏହାର ପରିଣାମ ଭଲ ହେବନାହିଁ ବୋଲି ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ପକ୍ଷରୁ କୁହାଯାଇଛି।

ଏହି ୩ ଦେଶ ପକ୍ଷରୁ କୁହାଯାଇଛି ଯେ ଯଦି ଚାଇନା ଟେକ୍ନିକାଲ ହୋଲ୍‌ଡ ପ୍ରତ୍ୟାହାର ନ କରିବ, ତା’ହେଲେ ଆମେ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଆଗତ କରିବୁ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, “ ଏପ୍ରିଲ ୨୩ ମଧ୍ୟରେ ମାସୁଦ ଉପରୁ ଟେକ୍ନିକାଲ ହୋଲ୍‌ଡ ପ୍ରତ୍ୟାହାର କରିନେବାକୁ ଚାଇନାକୁ କୁହାଯାଇଛି।

ଯଦି ଚାଇନା ଏପରି ନ କରେ, ତା’ହେଲେ ୩ ଦେଶ ମିଳିତ ଭାବେ ଜାତିସଂଘ ସୁରକ୍ଷା ପରିଷଦରେ ସିଧାସଳଖ ସଂକଳ୍ପ ଚିଠା ଆଗତ କରିବେ। ପ୍ରଥମଥର ପାଇଁ ଏହି ୩ ଦେଶ ଜାତିସଂଘ ସୁରକ୍ଷା ପରିଷଦରେ ଡ୍ରାଫ୍ଟ ରିଜଲ୍ୟୁସନ୍‌ ବା ସଂକଳ୍ପ ଆଗତ କରିବେ। ପୂର୍ବରୁ ଏହା କେବଳ ଏକ ପ୍ରସ୍ତାବ ଭାବେ ଆଗତ ହେଉଥିଲା। ଯାହା ପାଇଁ ୧୦ ଦିନ ଯାଏ ନୋ ଅବଜେକସନ୍‌ ପିରିୟଡ୍‌ ମଧ୍ୟରେ ରହୁଥିଲା।

କିନ୍ତୁ ଏହି ଡ୍ରାଫ୍ଟ ରିଜଲ୍ୟୁସନର କୌଣସି ନୋ ଅବଜେକସନ୍‌ ପରିୟଡ୍‌ ରହିବ ନାହିଁ। ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଚାଇନାକୁ ଏ ସମ୍ପର୍କରେ ଅବଗତ କରାଇ ଦିଆଯାଇଛି।”

ଯଦି ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‌ ଡ୍ରାଫ୍ଟ ରିଜଲ୍ୟୁସନ ଆଣିବେ, ତା’ହେଲେ ଏହା ଆଗତ ହେବା ପୂର୍ବରୁ ପ୍ରଥମେ ୧୫ ଜଣିଆ ସଦସ୍ୟ କମିଟିରେ ଏହା ଉପରେ ଆଲୋଚନା ହେବ। ଏହାପରେ ଯାଇ ଏହା ସର୍ବସମ୍ମତିକ୍ରମେ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ କରାଯିବ। ଏପରି ସ୍ଥିତିରେ ଚାଇନା ଯଦି ଏହାକୁ ବିରୋଧ କରିବ, ତା’ହେଲେ ସେ ଏକଘରକିଆ ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଚାଇନା ଏଭଳି ଧମକ ସତ୍ତ୍ୱେ ନିଜ ଆଭିମୁଖ୍ୟ ପରିବର୍ତ୍ତନ ଉପରେ କୌଣସି ସକାରାତ୍ମକ ସୂଚନା ଦେଇନାହିଁ।

ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତ ମାସୁଦ ବିରୋଧରେ କୂଟନୀତିକ ସ୍ତରରେ ଆଲୋଚନା କରିଥିଲା। ଏହାପରେ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ଓ ଆମେରିକା ଜାତିସଂଘ ସୁରକ୍ଷା ପରିଷଦରେ ଏକ ଚିଠା ପ୍ରସ୍ତାବ ଆଗତ କରିଥିଲେ।

ଏଥିରେ ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରିବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ ଚାଇନା ଭିଟୋ ପ୍ରୟୋଗ କରି ଏହାକୁ ବିରୋଧ କରିଥିଲା।



from Odisha Reporter http://bit.ly/2KuxW8p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages