‘ନମୋ ଟିଭି ବିଜ୍ଞାପନ ଚ୍ଯାନେଲ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

‘ନମୋ ଟିଭି ବିଜ୍ଞାପନ ଚ୍ଯାନେଲ’

ନୂଆଦିଲ୍ଲୀ: ‘ନମୋ ଟିଭି’ ବିଜ୍ଞାପନ ଚ୍ଯାନେଲ ଅଟେ। ଏହା ଡାଇରେକ୍ଟ ଟୁ ଟିଭି ହୋମ ( ଡ଼ିଟୁଏଚ) ମାଧ୍ଯମରେ ଶୁଭାରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ହୋଇଥିବା ନୋଟିସର ଏପରି ଜବାବ ରଖିଛି ସୂଚନା ମନ୍ତ୍ରଳାୟ। ବିଜେପି ଏହି ଟିଭି ଜରିଆରେ କେବଳ ନରେନ୍ଦ୍ର ମୋଦିଙ୍କର ସଭା ଓ ରାଲିର ପ୍ରଚାର କରୁଛି।

ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୩୧ରେ ଶୁଭାରମ୍ଭ ହୋଇଥିବା ‘ନମୋ ଟିଭି’ ବାବଦରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଥିଲେ ନିର୍ବାଚନ କମିଶନ। ‘ନମୋ ଟିଭି’ର ଲଗୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଛି।

୩୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମେଁ ଭି ଚୌକିଦାର’ କାର୍ଯ୍ଯକ୍ରମକୁ ଦୁରଦର୍ଶନ କିଭଳି ଲମ୍ବା ସମୟ ପ୍ରସାରଣ କଲା ସେ ନେଇ ଦୁରଦର୍ଶନକୁ ନିର୍ବାଚନ କମିଶନ ଜବାବ ମାଗିଛି।
ବିରୋଧୀ କଂଗ୍ରେସ, ଆମ ଆଦମି ପାର୍ଟି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ ଅଭିଯୋଗ କରିଥିଲେ। ବିଜେପି ଏହି ଟିଭି ଚ୍ଯାନେଲକୁ ଚଲାଉଥିବା ଆମ ଆଦମି ପାର୍ଟି ଚିଠି ଲେଖି ନିର୍ବାଚନ କମିଶନଙ୍କୁ ଜଣାଇଥିଲେ।

ନମୋ ଟିଭିରେ ପ୍ରସାରଣ ହେଉଥିବା ସୂଚନା ବାବଦରେ କିଏ ନୀରକ୍ଷଣ କରିବ? ବିଜେପି ଏଥିପାଇଁ ମିଡ଼ିଆ ସାର୍ଟିଫିକେଟ କମିଟି ପାଇଁ ଆବେଦନ କରିଛି କି? କାହିଁକି ଏ ବାବଦରେ ବିଜେପିକୁ କାରଣ ଦର୍ଶାଅ ନୋଟିସ ମଗାଯିବ ନାହିଁ ବୋଲି ଆମ ଆଦମି ପାର୍ଟିର ଲିଗାଲ ସେଲ ନିର୍ବାଚନ କମିଶନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି?

କଂଗ୍ରେସ ମଧ୍ଯ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଛି ଯେ ନମୋ ଟିଭିର ନାମ ପୂର୍ବରୁ କଣ୍ଟେଣ୍ଟ ଟିଭି ଥିଲା। ମାର୍ଚ୍ଚ ୩୧ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହୋଇଛି। ମୋଦିଙ୍କ ବ୍ଯକ୍ତିଗତ ଲାଭ ଓ ବିଜେପିକୁ ପ୍ରଚାର ପାଇଁ ଏହି ଟିଭି ଚ୍ଯାନେଲକୁ ବ୍ଯବହାର କରାଯାଉଥିବା କଂଗ୍ରେସ କହିଛି। ଏହାପରେ “ମେଁ ଭି ଚୌକିଦାର’ କାର୍ଯ୍ଯକ୍ରମକୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ।



from Odisha Reporter https://ift.tt/2Ug5RGz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages