‘ବିଜେଡି’ ମାନେ ଚିଟ୍‌ଫଣ୍ଡ୍‌ ଓ ‘ଚିଟ୍‌ଫଣ୍ଡ୍‌’ ମାନେ ବିଜେଡି: ପ୍ରତାପ ଷଡ଼ଙ୍ଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

‘ବିଜେଡି’ ମାନେ ଚିଟ୍‌ଫଣ୍ଡ୍‌ ଓ ‘ଚିଟ୍‌ଫଣ୍ଡ୍‌’ ମାନେ ବିଜେଡି: ପ୍ରତାପ ଷଡ଼ଙ୍ଗୀ

pratapsarangi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରଚାର ବେଳେ ସବୁ ଦଳ ପରସ୍ପରକୁ ଟାର୍ଗେଟ୍‌ କରୁଥିବା ବେଳେ ଆଜି ବିଜେପିର ବରିଷ୍ଠ ନେତା ତଥା ବାଲେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ଚିଟଫଣ୍ଡ ବିଷୟ ନେଇ ନବୀନ ସରକାର ଓ ତାଙ୍କ ନେତାମାନଙ୍କ ଉପରେ ବର୍ଷିଛନ୍ତି।

‘ବିଜେଡି ମାନେ ଚିଟ୍‌ଫଣ୍ଡ୍‌ ଓ ଚିଟ୍‌ଫଣ୍ଡ୍‌ ମାନେ ବିଜେଡି’ ବୋଲି କହି ସେ ଶାସକ ଦଳକୁ ସମାଲୋଚନା କରିଛନ୍ତି।

ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,“ସଞ୍ଜୟ ଦାସବର୍ମା, ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ ଚିଟ୍‌ଫଣ୍ଡରେ ସଂପୃକ୍ତ। ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ୫ଟି କମ୍ପାନୀରେ ଚିଟ୍‌ଫଣ୍ଡ୍‌ ଅର୍ଥ ଲାଗିଛି ବୋଲି ଶୁଣାଯାଏ। ଏମାନଙ୍କୁ ପ୍ରମୋଟ କରୁଥିବା ଭଷ୍ଟ୍ରାଚାରୀ ଅଫିସର ହୀରା ହାର ପାଇଥିବା ଶୁଣାଯାଏ। ହେଲେ ଭଷ୍ଟ୍ରାଚାର ପାହାଡ଼ ଉପରେ ବସିଥିବା ନବୀନ ପଟ୍ଟନାୟକ କେମିତି ସ୍ୱଚ୍ଛତାର ପ୍ରତିମୂର୍ତ୍ତି ହେଲେ? ଏଠି ଚଟୁ ଆଇଁଷ ବେଣ୍ଟ ନିରାମିଷ।”

ସେ କହିଛନ୍ତି,“ନବୀନ ବାବୁ ୩୦୦ କୋଟି ଟଙ୍କାର କର୍ପସ୍‌ ଫଣ୍ଡ୍‌ ଗଠନ କରି ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବେ ବୋଲି କହିଥିଲେ। ଓଡ଼ିଶାର ଦରିଦ୍ର ଟିକସଦାତାଙ୍କ ଟଙ୍କାରେ କର୍ପସ ଫଣ୍ଡ୍‌ ଗଠନ ହେଲା। ହେଲେ କେତେ ଲୋକଙ୍କୁ ନବୀନ ସରକାର ଟଙ୍କା ଫେରାଇଲେ?”

ସେ ଆହୁରି କହିଛନ୍ତି,‘‘ ଓଡ଼ିଶାରେ ୧୩ ଲକ୍ଷ ଜମାକାରୀ ସତ୍ୟ ପାଠଦାଖଲ କରିଥିଲେ। ୨୦ ଲକ୍ଷ ପରିବାର ଚିଟ୍‌ଫଣ୍ଡ୍ ଦୁର୍ନୀତିର ଶିକାର ହୋଇଛନ୍ତି। ଶହ ଶହ ହଜାର ହଜାର ଚିଟଫଣ୍ଡ ଏଜେଣ୍ଟମାନେ ଜମାକାରୀଙ୍କ ତାଡ଼ନାରେ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ବେପରୁଆ ନବୀନ ବାବୁ ବେଧଡ଼କ ଭାବେ ତାଙ୍କ ଲୁଟ୍ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।”

ପ୍ରତାପ କହିଛନ୍ତି,“ଯେଉଁମାନେ ଚିଟ୍‌ଫଣ୍ଡ୍‌ ପଇସା ଲୁଟି ଗିରଫ ହୋଇଥିଲେ, ସେମାନଙ୍କ ପୁଅଙ୍କୁ ନବୀନ ବାବୁ ଟିକେଟ୍‌ ଦେଇଛନ୍ତି। ସେମାନଙ୍କୁ ଟିକେଟ୍‌ ଦେଇ ନବୀନ ବାବୁ ପ୍ରମାଣିତ କରିଛନ୍ତି ଯେ ସେ ସେମାନଙ୍କ ସହିତ ଥିଲେ, ସେମାନଙ୍କ ସହିତ ଅଛନ୍ତି ଓ ସେମାନଙ୍କ ସହିତ ରହିବେ।”

ନବୀନବାବୁଙ୍କ ଛତ୍ରଛାୟା ତଳେ ଚିଟ୍‌ଫଣ୍ଡ୍‌ ଲୁଟେରାମାନଙ୍କର ଲାଳନପାଳନ ହେଉଛି। ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ନବୀନ ବାବୁ ଓଡ଼ିଶାବାସୀଙ୍କୁ ଆଉ କେତେଦିନ ଲୁଟିବେ ବୋଲି ବିଜେପିର ଏହି ବରିଷ୍ଠ ନେତା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି,“ଚିଟ୍‌ଫଣ୍ଡରେ କେତେ ଟଙ୍କା ଆଦାୟ ହୋଇଛି ଓ କେତେ ଜମାକାରୀଙ୍କ ଚିହ୍ନଟ ହୋଇଛନ୍ତି, ସେ ବିଷୟରେ ଓଡ଼ିଶାବାସୀ ପାଖରେ ଶ୍ୱେତପତ୍ର ପ୍ରକାଶ କରାଯାଉ। କେବେ ଜମାକାରୀଙ୍କ ଟଙ୍କା ଫେରାଇବ ସରକାର ତାର ଜବାବ ଦିଅନ୍ତୁ।”

ପ୍ରତାପ କହିଛନ୍ତି,“ସାଂସଦ ରବୀନ୍ଦ୍ର ଜେନା ସିସୋର ଚିଟଫଣ୍ଡରେ ଜଡ଼ିତ ଥିଲେ। ସେ ୧୮ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ୨୦୧୫ ମସିହା ଜାନୁଆରୀ ୧୫ରେ ତାଙ୍କୁ ସିବିଆଇ ୬ ଘଣ୍ଟା ଜେରା କରିଥିଲା। ୨୦୧୭ ମସିହାରେ ତାଙ୍କ ଘରେ ରେଡ୍ କରିଥିଲା। ସେ ଏବେ ବେଲ୍‌ରେ ଅଛନ୍ତି।  ନରେନ୍ଦ୍ର ମୋଦି ଦେଶର ପ୍ରଧାନସେବକ ଓ ନବୀନ ବାବୁ ପ୍ରଧାନ ଲୁଟେରା।”

ସୂଚନାଯୋଗ୍ୟ, ପ୍ରତାପ ବାଲେଶ୍ୱରର ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ରବୀନ୍ଦ୍ର ଜେନାଙ୍କୁ ଦଳ ପୁଣି ଏହି ଆସନରୁ ଛିଡ଼ା କରିଛି।



from Odisha Reporter https://ift.tt/2FVHSnk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages