କଣ୍ଠଶିଳ୍ପୀ ଦିଲେର ମେହେନ୍ଦି ବିଜେପିରେ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

କଣ୍ଠଶିଳ୍ପୀ ଦିଲେର ମେହେନ୍ଦି ବିଜେପିରେ ସାମିଲ

ନୂଆଦିଲ୍ଲ: ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲଙ୍କ ପରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦିଲେର ମେହେନ୍ଦି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଆଜି ଦିଲ୍ଲୀ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ମେହେନ୍ଦି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଏବଂ ବିଜେପିରେ ପୂର୍ବରୁ ମିଶିଥିବା ବଲିଉଡ୍‌ କଣ୍ଠଶିଳ୍ପୀ ହନ୍ସରାଜ ଉପସ୍ଥିତ ଥିଲେ। ହନ୍ସରାଜଙ୍କୁ ବିଜେପି ଏଥର ଦିଲ୍ଲୀରୁ ପ୍ରାର୍ଥୀ କରିଛି। ତେବେ ମେହେନ୍ଦି ନିର୍ବାଚନ ଲଢ଼ିବେ କି ନାହିଁ, ତାହା ଜଣାପଡ଼ିନାହିଁ।

୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲେର ମେହେନ୍ଦି କଂଗ୍ରେସରେ ସାମିଲ ହୋଇଥିଲେ। ଏହି ସମୟରେ କଂଗ୍ରେସର ପ୍ରଚାର ପାଇଁ ଗୀତ ଗାଇବା ସହ ସଂଗୀତ ସଂଯୋଜନା କରିଥିଲେ।

୫୧ ବର୍ଷୀୟ ମେହେନ୍ଦି ବଲିଉଡ୍‌ରେ ଅନେକ ହିଟ୍‌ ଗୀତ ଗାଇଛନ୍ତି। ତାଙ୍କ ଭାଇ ମିକା ସିଂହ ମଧ୍ୟ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ବେଆଇନ ଭାବେ ମାନବ ଚାଲାଣ ଅଭିଯୋଗରେ ଶ୍ରୀ ମେହେନ୍ଦିଙ୍କ ନାଁରେ ପୂର୍ବରୁ ମାମଲା ରହିଥିଲା। ୧୯୯୮ ଏବଂ ୧୯୯୯ରେ ସେ ୧୦ ଜଣ ଝିଅଙ୍କୁ ନିଜ ଟ୍ରୁପ୍‌ରେ ସାମିଲ କରି ଆମେରିକା ନେଇଥିଲେ। କିନ୍ତୁ ସେଠାରେ ସେମାନଙ୍କୁ ଛାଡ଼ି ସେ ଏକାକୀ ଫେରି ଆସିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଥିସହ ତାଙ୍କ ନାଁରେ ଠକେଇ ମାମଲା ମଧ୍ୟ ରହିଥିଲା।



from Odisha Reporter http://bit.ly/2GIMspm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages