ଆରବିଆଇକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ବାର୍ଷିକ ରିପୋର୍ଟ ପ୍ରକାଶ କରିବାକୁ ବାଧ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଆରବିଆଇକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ବାର୍ଷିକ ରିପୋର୍ଟ ପ୍ରକାଶ କରିବାକୁ ବାଧ୍ୟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବିଭିନ୍ନ ବ୍ୟାଙ୍କର ପରିଦର୍ଶନ ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ସାର୍ବଜନୀନ କରୁନାହିଁ। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ କଡ଼ା ଭାଷାରେ ଆରବିଆଇକୁ ସମାଲୋଚନା କରିବା ସହ ଚେତାବନୀ ଦେଇଛନ୍ତି। ଯେପର୍ଯ୍ୟନ୍ତ ଆରବିଆଇ ସୂଚନା ଅଧିକାର ଆଇନ ମଧ୍ୟରେ ରହିଛି ସେତେ ଦିନ ପର୍ଯ୍ୟନ୍ତ ସମ୍ବିଧାନର ନିୟମ ପାଳନ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ଏଲ୍. ନାଗେଶ୍ୱରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି।
 
ତେବେ ସୂଚନା ଅଧିକାର କର୍ମୀ ଏସ.ସି ଅଗ୍ରଓ୍ୱାଲଙ୍କ ଦ୍ୱାରା ଆରବିଆଇ ବିରୋଧରେ ଆଇନ ଅବମାନନା କେସ ରୁଜୁ କରିବା ମାମଲାକୁ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି। କୋର୍ଟ ଆରବିଆଇକୁ  ତା’ର ସ୍ପଷ୍ଟୀକରଣ ପାଇଁ ସୁଯୋଗ ଦେଇଥିବାରୁ ଅବମାନନା କେସକୁ ଖାରଜ କରିଦେଇଛନ୍ତି।  
 
ଚଳିତ ବର୍ଷ ଜାନୁଆରୀ ମାସରେ ସର୍ବୋଚ୍ଚ କୋର୍ଟ ଆରବିଆଇକୁ ନୋଟିସ କରି ବାର୍ଷିକ ରିପୋର୍ଟ କାହିଁକି ପ୍ରକାଶ କରୁ ନାହିଁ, ସେ ନେଇ ଜବାବ ମାଗିଥିଲେ। ଏହାପରେ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସୂଚନା ଆୟୋଗ(ସିଆଇସି) ଉଭୟ ବୈଠକ କରି ସ୍ପଷ୍ଟ କରିଥିଲେ ଯେ ଆରବିଆଇ ସ୍ୱୟଂ ଚାଳିତ ହେଲେ ମଧ୍ୟ ବ୍ୟାଙ୍କର ପରିଦର୍ଶନ ରିପୋର୍ଟ ସାର୍ବଜନୀନ କରିବାକୁ ମନା କରିପାରିବ ନାହିଁ।
 
ଆରବିଆଇ ସୁପ୍ରିମକୋର୍ଟ ନୋଟିସର ଜବାବ ଦେଇ କହିଥିଲା ଯେ ବ୍ୟାଙ୍କର ଅନେକ ତଥ୍ୟ ଆନୁମାନିକ ହୋଇଥିବାରୁ ପାରଦର୍ଶୀତା ବା ସ୍ୱଚ୍ଛତା ଆଧାରରେ ରିପୋର୍ଟ ପ୍ରସ୍ତୁତ କରି ପାରିବ ନାହିଁ।


from Odisha Reporter http://bit.ly/2UFIVvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages