ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଏହି ରେକର୍ଡ କଲେ ଅମିତ୍ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ଏହି ରେକର୍ଡ କଲେ ଅମିତ୍ ମିଶ୍ର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଲେଗ୍ ସ୍ପିନର ଅମିତ୍ ମିଶ୍ର ଆଇପିଏଲରେ ୧୫୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ରୋହିତ୍ ଶର୍ମାଙ୍କୁ ବୋଲ୍ଡ କରି ଅମିତ୍ ଏହି ଉପଲବ୍ଧି ହାସଲ କରିଛନ୍ତି। ଅମିତ୍ ଆଇପିଏଲରେ ଷଷ୍ଠଥର ପାଇଁ ରୋହିତଙ୍କୁ ଆଉଟ୍ କରିଛନ୍ତି।

ନିଜର ୧୪୦ତମ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ୩୬ ବର୍ଷୀୟ ଅମିତ୍ ଗୁରୁବାର ଫିରୋଜ୍ ଶାହ କୋଟଲାରେ ନିଜର ପ୍ରଥମ ବଲରେ ରୋହିତଙ୍କ ବେଲ୍ ଉଡାଇ ଦେଇଥିଲେ, ଯିଏ ଏହି ମ୍ୟାଚରେ ନିଜର ୮ହଜାର ଟି-୨୦ ରନ୍ ପୂରଣ କରିଥିଲେ। ଆଇପିଏଲରେ ସର୍ବାଧିକ ୱିକେଟ୍ ନେବାରେ ଶ୍ରୀଲଙ୍କାର ଲସିଥ୍ ମାଲିଙ୍କା ଶୀର୍ଷରେ ଅଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ମାଲିଙ୍ଗା ୧୧୪ ମ୍ୟାଚ୍ ଖେଳି ୧୬୧ ୱିକେଟ୍ ନେଇଛନ୍ତି। ଏହି ମାମଲାରେ ଅମିତ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ତୃତୀୟ ସ୍ଥାନରେ ପୀୟୂଷ ଚାୱଲା ଅଛନ୍ତି, ଯିଏ ୧୫୨ ମ୍ୟାଚରେ ୧୪୬ ୱିକେଟ୍ ନେଇଛନ୍ତି।



from Odisha Reporter http://bit.ly/2IJ2MYC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages