ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ରେ ତ୍ରୁଟି: ଅଟକି ରହିଛି ୩ ପାସେଞ୍ଜର ଟ୍ରେନ୍    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ରେ ତ୍ରୁଟି: ଅଟକି ରହିଛି ୩ ପାସେଞ୍ଜର ଟ୍ରେନ୍   

train

କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଇଞ୍ଜିନରେ ତ୍ରୁଟି ଦେଖାଦେଇଛି। ଫଳରେ ସକାଳ ୯ଟାରୁ ଟ୍ରେନ୍‌ଟି ସେଠାରେ ଅଟକି ରହିଛି। ତେଣୁ ପ୍ରାୟ ୪ ଘଣ୍ଟା ଧରି ବିଭିନ୍ନ ଷ୍ଟେସନରେ ଅଟକି ରହିଛି ୩ଟି ପାସେଞ୍ଜର ଟ୍ରେନ୍।

କୋରାପୁଟଠାରୁ ବିଶାଖାପଟଣା ଡିଏମ୍‌ୟୁ ଭାଲୁମୂଷ୍କା ଓ ରାଉରକେଲା ସମଲେଶ୍ୱରୀ ଟ୍ରେନ୍‌ ଶିକରାପାଇ ଠାରେ ଅଟକିଛି। ସେହିପରି  ବିଶାଖାପାଟଣାଠାରୁ କୋରାପୁଟ ଯାଉଥିବା ଡିଏମ୍‌ୟୁ ଏକ ଘଣ୍ଟା ହେବ କେଉଟଗୁଡ଼ା ଠାରେ ଅଟକି ରହିଛି।

ଟ୍ରେନ୍‌ ଅଟକି ରହିବା ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଟ୍ରେନ୍‌ ମରାମତି କରିବା ପାଇଁ  ଆଉ ଏକ ଘଣ୍ଟା ସମୟ ଲାଗିପାରେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2W2kZnu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages