ଏମିତି ଆମ ସ୍ୱାସ୍ଥ୍ୟସେବା: ଡାକ୍ତରଖାନା ଲିଫ୍ଟ ବାହାରେ ପ୍ରସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଏମିତି ଆମ ସ୍ୱାସ୍ଥ୍ୟସେବା: ଡାକ୍ତରଖାନା ଲିଫ୍ଟ ବାହାରେ ପ୍ରସବ

medical

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଖାନାର ଲିଫ୍ଟ ବାହାରେ ଜଣେ ମହିଳା ପ୍ରସବ କରିଛନ୍ତି। ଆଉ ଏହାର କାରଣ ଜାଣିଲେ ବି ଆପଣମାନେ ଆଶ୍ଚର୍ଯ୍ୟ ହେବ।

ପ୍ରସୂତିଙ୍କୁ ଡାକ୍ତରଖାନା ଭିତରକୁ ନେବାକୁ ଷ୍ଟ୍ରେଚରଟିଏ ମିଳିଲାନି। ଖାଲି ଏତିକି ନୁହେଁ, ଅପରେଟର ନଥିବା ଯୋଗୁ ଲିଫ୍ଟ ବି ଚାଲି ନଥିଲା। ଆଉ ତା’ଭିତରେ ଯନ୍ତ୍ରଣାରେ ଛଟପଟ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସହଦେବପୁର ଅଞ୍ଚଳର ପ୍ରଦୀପ୍ତ ବରାଳଙ୍କ ପତ୍ନୀ ଲେଖନୀ ଗତକାଲି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ପ୍ରଦୀପ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ପ୍ରାୟ ଅଧାଘଣ୍ଟା ପରେ ଆମ୍ୱୁଲାନ୍ସ ଆସି ପହଞ୍ଚିଥିଲା। ଆମ୍ୱୁଲାନ୍ସ ସେମାନଙ୍କୁ କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡ଼ି ଦେଇ ଚାଲି ଯାଇଥିଲା।  ସେଠାରେ ଲେଖନୀଙ୍କୁ ଠିକ୍ ଚିକିତ୍ସା ନ ମିଳିବାରୁ ୧୦୮ ଆମ୍ୱୁଲାନ୍ସରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେ ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କୁ କୌଣସି ଆଟେଡାଣ୍ଟ ମିଳି ନଥିଲେ। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଡାକ୍ତରଖାନାର କୌଣସି କର୍ମଚାରୀ ତାଙ୍କ ପାଖରେ ପହଞ୍ଚି ନଥିଲେ କି ତାଙ୍କୁ ଡାକ୍ତରଖାନା ଭିତରକୁ ନେବାକୁ ଷ୍ଟ୍ରେଚରଟିଏ ମିଳି ନଥିଲା। ପରିବାର ଲୋକେ ତାଙ୍କୁ ଲିଫ୍ଟ ଯୋଗେ ମଧ୍ୟ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅପରେଟର ନଥିବା ଯୋଗୁ ଲିଫ୍ଟ ବି ବନ୍ଦ ହୋଇପଡ଼ିଥିଲା।

ଶେଷରେ ଲେଖନୀ ଲିଫ୍ଟ ବାହାରେ ପ୍ରସବ କରିଥିଲେ। ତା’ପରେ ତାଙ୍କ ପାଖରେ ନର୍ସ ପହଞ୍ଚିଥିଲେ ଓ ହସ୍‌ପିଟାଲ୍ ପକ୍ଷରୁ ଯାହା ସୁବିଧାସୁଯୋଗ ମିଳିବା କଥା, ତାହା ତାଙ୍କୁ ଯୋଗାଇ ଦିଆଯାଇଥିଲା।



from Odisha Reporter http://bit.ly/2UMyuLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages