
ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ନିର୍ବାଚନ କମିଶନ ନୋଟିସ୍ ପଠାଇଛନ୍ତି। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିବାରୁ ଭୋପାଲ ଜିଲ୍ଲା ନିର୍ବାଚନ କମିଶନ ନୋଟିସ ପଠାଇଛନ୍ତି।
Bhopal District Election Officer issued a notice to BJP candidate Pragya Singh Thakur & sought explanation within a day, for her remarks, ‘I had demolished the structure (in Ayodhya). I will go there & help in the construction of Ram temple.’ (File pic) #MadhyaPradesh pic.twitter.com/YUetDY9cxw
— ANI (@ANI) 21 April 2019
କ’ଣ କହିଥିଲେ ସାଧ୍ୱୀ ପ୍ରଜ୍ଞା ଠାକୁର
‘ବାବ୍ରି ମସଜିଦ୍ ଭଙ୍ଗା ଘଟଣାରେ ମୁଁ ସମ୍ପୃକ୍ତ, ମୁଁ ନିଜେ ଅଯୋଧ୍ୟା ଯିବି ଏବଂ ରାମ ମନ୍ଦିର ନିର୍ମାଣ କରିବାରେ ସହଯୋଗର ହାତ ବଢ଼ାଇବି। କେହି ମୋତେ ଅଟକାଇ ପାରିବେ ନାହିଁ।’
ଧର୍ମକୁ ନେଇ ନିର୍ବାଚନ ବେଳେ ସାଧ୍ୱୀ ପ୍ରଜ୍ଞା ଏପରି ବୟାନ ଦେଇଥିବାରୁ ଏହା ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ନିର୍ବାଚନ କମିଶନ ନୋଟିସ ପଠାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ସେ ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବାରୁ ନିର୍ବାଚନ କମିଶନ ଗତକାଲି ନୋଟିସ ପଠାଇଥିଲେ। ଭୋପାଲରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ସାଧ୍ୱୀ ପ୍ରଜ୍ଞା କହିଥିଲେ ସହିଦ କରକରେ ମୋତେ ମାଲେଗାଁଓ ବିସ୍ଫୋରଣ ଘଟଣାରେ ନିର୍ଯାତନା ଦେଇଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିଶାପ ଦେଇଥିଲି। ଏହାପରେ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ସାଧ୍ୱୀ। ଆଜି ସାଧ୍ୱୀ ନିର୍ବାଚନ କମିଶନଙ୍କୁ ଏହି ନୋଟିସର ଜବାବ ରଖିବେ।
ତେବେ ଏହି ସହିଦଙ୍କୁ ନେଇ ଏପରି ବୟାନ ଦେବା ପରେ ସେ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, “ଯଦି ମୋ ମନ୍ତବ୍ୟ ଶତ୍ରୁମାନଙ୍କୁ ଖୁସି କରୁଛି, ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି। ମୁଁ କ୍ଷମା ମଧ୍ୟ ମାଗୁଛି। ଆମ ମନ୍ତବ୍ୟ ଶତ୍ରୁଙ୍କୁ ଖୁସି କରାଇବା ଭଳି ହେବା ଅନୁଚିତ। ମୁଁ ଯେଉଁ ଯନ୍ତ୍ରଣା ଦେଇ ଗତି କରିଛି ତାହା ଫେରିପାଇବା ସମ୍ଭବ ନୁହେଁ। କିନ୍ତୁ ହେମନ୍ତ ଜଣେ ସହିଦ।”
ତେବେ ସାଧ୍ୱୀଙ୍କ ଏହି ମନ୍ତବ୍ୟକୁ ନେଇ ଶୁକ୍ରବାର ତାଙ୍କ ଦଳ ବିଜେପି ସ୍ପଷ୍ଟୀକରଣ ରଖିଥିଲା, ସାଧ୍ୱୀ ଦେଇଥିବା ମନ୍ତବ୍ୟ ତାଙ୍କ ନିଜସ୍ୱ, ଏହା ଦଳର ମତ ନୁହେଁ।
from Odisha Reporter http://bit.ly/2GvZCV8
No comments:
Post a Comment