
ମୁମ୍ବାଇ: ବଲିଉଡ୍ରେ ଏବେ ବାୟୋପିକ୍ର ସମୟ ଚାଲିଛି। ଗୋଟେ ପରେ ଗୋଟେ ବାୟୋପିକ୍ ସୁପର୍ହିଟ୍ ହେବାରେ ଲାଗିଛି। ସେଥିପାଇଁ ସିନେମା ନିର୍ମାତା ଏବେ ବାୟୋପିକ୍ ଉପରେ ଅଧିକ ଫିଲ୍ମ କରୁଛନ୍ତି।
ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପରେ ମଧ୍ୟ ବାୟୋପିକ୍ ତିଆରି ହେବାକୁ ଯାଉଛି। “ଥଲାଇବି” ନାଁରେ ତିଆରି ହୋଉଥିବା ଏହି ଫିଲ୍ମରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମକୁ ତାମିଲ୍, ହିନ୍ଦି, ତେଲୁଗୁ ଭାଷାରେ ରିଲିଜ୍ କରାଯିବ। ଯେଉଁଥିରେ ‘ବାହୁବଳି’ରେ ପ୍ରଭାସଙ୍କ ମା’ ଚରିତ୍ରରେ ଅଭିନୟ କରୁଥିବା ରାମ୍ୟା କ୍ରୀଷନନ୍ ମୁଖ୍ୟ ଭୂମିକାରେ ଅଭିନୟ କରିପାରନ୍ତି।
ଏବେ ଏହା ଖବର ଆସୁଛି ଯେ, ତେଲୁଗୁ ନିଦ୍ଦେର୍ଶକ ଜଗ୍ଦିଶ୍ୱର ରେଡ୍ଡି ଜୟଲଳିତାଙ୍କ ଉପରେ ଆଉ ଗୋଟେ ଫିଲ୍ମ ତିଆରି କରିବେ। ଯାହା ନାମ “ଶଶିକଳା” ବୋଲି ରଖାଯିବ। ଯାହାକୁ ଜୟରାମ ମୁଭିଜ୍ ପ୍ରଡ୍ୟୁସ୍ କରିବେ। ଏହି ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟେ ଭାଗରେ ଶଶିକଳା ଏବଂ ଆଉ ଏକ ଭାଗରେ ଜୟଳଳିତାଙ୍କ ଚେହେରା ଦେଖାଯାଉଛି।
Today’s paper Ad of first look of a film titled #SasiLalitha directed by Jagadishwar Redddy, saying teaser releasing today. Half Jayalalithaa half Sasikala pic, more details awaited. pic.twitter.com/yKZ8CUz6IW
— Sreedhar Pillai (@sri50) April 7, 2019
ଏହି ଫିଲ୍ମ ବିଷୟରେ କଥା ହୋଇ ନିର୍ମାତା କହିଥିଲେ ଯେ, ଫିଲ୍ମର ନାମ ଆମେ ଏଥିପାଇଁ ‘ଶଶିକଳା’ ରଖିଛୁ ଯେ, ଏହି ଫିଲ୍ମର ବିଷୟବସ୍ତୁ ନେତ୍ରୀଙ୍କ ଉପରେ ଆଧାରିତ। ସୂଚନା ଅନୁସାରେ, ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ବଲିଉଡ୍ ଅଭିନେତ୍ରୀ କାଜଲ୍ଙ୍କ ସହ ଏବଂ ଶଶିକଳାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ୍ ଫିଲ୍ମ ଅଭିନେତ୍ରୀ ଅମ୍ଲା ପୋଲ୍ଙ୍କ ସହ କଥାବାର୍ତ୍ତା କରାଯାଉଛି।
କୁହାଯାଏ ଯେ, ଶଶିକଳା ଜୟଲଳିତାଙ୍କ ସାଙ୍ଗ ନ ଥିଲେ ସେ ତାଙ୍କର ସବୁ ରାଜ୍ ବିଷୟରେ ମଧ୍ୟ ଜାଣିଥିଲେ। ଜୟଲଳିତାଙ୍କ ମୃତ୍ୟୁ ପରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମ୍ କୋର୍ଟ ତାଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଶୁଣାଇ ଥିଲେ।
from Odisha Reporter http://bit.ly/2Kvt4zM
No comments:
Post a Comment