ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଛନ୍ତି ନିର୍ବାଚନ କମିଶନଙ୍କ ଆମ୍ବାସଡର ଦୂତୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଛନ୍ତି ନିର୍ବାଚନ କମିଶନଙ୍କ ଆମ୍ବାସଡର ଦୂତୀ!

bjd1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ କମିଶନଙ୍କ ଆମ୍ବାସଡର ତଥା ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୋସାଲ୍ ମିଡିଆରେ ସେ ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି।

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେ କହିଛନ୍ତି, ଅଭିଯୋଗର ଯାଞ୍ଚ କରାଯିବ। ନିର୍ବାଚନ କମିଶନଙ୍କ ଆମ୍ବାସଡ଼ର ହୋଇ ଏପରି କରିବା ଠିକ୍ ନୁହେଁ।

କେବଳ ନିର୍ବାଚନ କମିଶନ୍‌ଙ୍କ ଆମ୍ବାସଡର ନୁହେଁ, ଦୂତୀ ଜଣେ ସରକାରୀ କର୍ମଚାରୀ ଭାବେ ମଧ୍ୟ କାର୍ଯ୍ୟରତ। ତେଣୁ ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି।

ଏ ନେଇ ଦୂତୀ କହିଛନ୍ତି,“ମୁଁ କୌଣସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନି କି କାହାକୁ ଭୋଟ୍ ଦେବାକୁ ଅନୁରୋଧ କରିନି। ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଶୁଭେଚ୍ଛା ଜଣାଇଛି ଓ ତାଙ୍କ ସ୍ୱପ୍ନ ସାକାର ହେଉ ବୋଲି କହିଛି।”

ସେ ଆହୁରି କହିଛନ୍ତି,“ମୁଁ କୌଣସି ଦଳ ବା ଚିହ୍ନ କଥା ଲେଖିନାହିଁ। ମୁଁ କୌଣସି ଦଳକୁ ବି ସମର୍ଥନ କରି ନାହିଁ। ମୁଁ ଏହାକୁ କାହାକୁ ଶେୟାର କରିବାକୁ ବି ଅନୁରୋଧ କରିନାହିଁ। ମୁଁ କେବଳ ସାରଙ୍କର ଓ ମୋ’ର ଫଟୋ ଦେଇଛି। ମୁଁ ଖେଳିବାକୁ ଗଲା ବେଳେ ସାର୍ ମତେ ଶୁଭେଚ୍ଛା ଜଣାନ୍ତି। ତେଣୁ ମୁଁ ବି ତାଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛି।”



from Odisha Reporter http://bit.ly/2PeBryr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages