‘ଲାଲୁ ବିଜେପି ସହିତ ମେଣ୍ଟ କରିବାକୁ ଚାହୁଁଥିଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

‘ଲାଲୁ ବିଜେପି ସହିତ ମେଣ୍ଟ କରିବାକୁ ଚାହୁଁଥିଲେ’

ପାଟନା: ଏନଡିଏରେ ସାମିଲ ହେବା ପରେ ନୀତୀଶ କୁମାର ମହାମେଣ୍ଟ ସହିତ ମେଣ୍ଟ ପାଇଁ ଚେଷ୍ଟା କରିଥିଲେ। ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ସ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ବୀ ନିକଟରେ ଏହା ଦାବି କରିଥିଲେ। ଏବେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି କହିଛନ୍ତି ଲାଲୁ ଯାଦବ ବିଜେପି ସହିତ ମେଣ୍ଟ କରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ ଉଭୟ ଲାଲୁ ଏବଂ ତାଙ୍କ ନିକଟତମ ସହଯୋଗୀ ପ୍ରେମ ଗୁପ୍ତା। ନରେନ୍ଦ୍ର ମୋଦିଙ୍କ ଘୋର ବିରୋଧୀ କହୁଯାଉଥିବା ଲାଲୁ ଯାଦବଙ୍କ ଏପରି ଭିତିରିଆ ଡିଲକୁ ନେଇ ସରଗରମ ହୋଇଛି ବିହାର ରାଜନୀତି।
ଲାଲୁ ବିଜେପି ସହିତ ଡିଲ୍ ପାଇଁ କାହିଁକି ଚାହୁଁଥିଲେ?
 
ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦେଷୀ ସାବ୍ୟସ୍ତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଟ୍ରାଏଲ କରାଯିବାର ଆବଶ୍ୟକ ନାହିଁ। ଝାରଖଣ୍ଡ ହାଇକୋର୍ଟ ଏପରି ଶୁଣାଣି କରିଥିଲେ। ଏହାପରେ ସିବିଆଇ ଝାରଖଣ୍ଡ ହାଇକୋର୍ଟଙ୍କ କେସକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ଏହି ସମୟରେ ସିବିଆଇ ଲାଲୁଙ୍କ ବିରୋଧରେ ଅପିଲ ନକରୁ ବୋଲି ବାର୍ତ୍ତା ଦେବା ସହ ବିଜେପି ଲାଲୁଙ୍କୁ ସମର୍ଥନ କରୁ ବୋଲି ନିକଟତମ ସହଯୋଗୀ ପ୍ରେମ ଗୁପ୍ତାଙ୍କୁ ଏହା କହି କେନ୍ଦ୍ରମନ୍ତ୍ରୀ ଜେଟଲୀଙ୍କ ନିକଟକୁ ପଠାଇଥିଲେ ଲାଲୁ ଯାଦବ। ଯଦି ବିଜେପି ସମର୍ଥନ କରିବ ତାହେଲେ ଆଗାମୀ ଦିନରେ ନୀତୀଶ କୁମାରଙ୍କୁ ଦୁଇ ତିନି ମଧ୍ୟରେ ଲାଲୁ ହଟାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି।

 
ତେବେ ଏହାପରେ ଉଭୟ ଲାଲୁ ଏବଂ ପ୍ରେମ ଗୁପ୍ତା ଜେଟଲୀଙ୍କୁ ଭେଟିଥିଲେ ବୋଲି ସୁଶୀଲ ମୋଦି କହିଛନ୍ତି। ଜେଟଲୀ ପ୍ରତିକ୍ରିୟାରେ କହିଥିଲେ ସିବିଆଇ ଏକ ସ୍ବୟଂଚାଳିତ ସଂସ୍ଥା, ଏଥିରେ ସେ ହସ୍ତକ୍ଷେପ କରିପାରିବେ ନାହିଁ।
 
ପୂର୍ବରୁ ଆରଜେଡି କ’ଣ ଦାବି କରିଥିଲା?
 
ଉଭୟ ଲାଲୁ ଯାଦବ ଏବଂ ତାଙ୍କ ସ୍ତ୍ରୀ ରାବ୍ରୀ ଦେବୀ କହିଥିଲେ ନୀତୀଶ କୁମାର ଏନଡିଏ ସହ ମେଣ୍ଟ କରିବାର ୬ ମାସ ଭିତରେ ମହାଗଠବନ୍ଧନକୁ ଫେରିବା ପାଇଁ ଚାହୁଁଥିଲେ। ଏହି ଖବର ତାଙ୍କ ପାଖରେ ପହଞ୍ଚାଇବା ପାଇଁ ବର୍ତ୍ତମାନର ଜେଡିୟୁର ଉପସଭାପତି ପ୍ରଶାନ୍ତ କିଶୋରଙ୍କୁ ନୀତୀଶ କୁମାର ବାରମ୍ବାର ଜେଲରେ ଲାଲୁଙ୍କ ସହ ଦେଖା କରିବାକୁ ପଠାଇଥିଲେ ବୋଲି କହିଥିଲେ ଲାଲୁ।
 ନଳିନୀ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଲାଲୁ ଏବେ ନିଜର ଆତ୍ମଜୀବନୀ ଲେଖୁଛନ୍ତି। ରୁପା ପବ୍ଲିକେଶନ ଦ୍ବାରା ପ୍ରକାଶ ପାଇବାକୁ ଯାଉଥିବା ବହିଟିର ନାମ ‘ଗୋପାଳଗଞ୍ଜ ଟୁ ରାଇସିନା’ ରହିଛି। ଏଥିରେ ଲାଲୁ ତାଙ୍କ ରାଜନୀତିକ ଯାତ୍ରା ବାବଦରେ ଅନେକ କଥା ଲେଖିଛନ୍ତି। ଏଥିରେ ନୀତୀଶ କୁମାର ମହାମେଣ୍ଟକୁ ଫେରିବାକୁ ଚାହୁଁଥିବା କଥାର ଉଲ୍ଲେଖ ରହିଛି ବୋଲି ଜଣାପଡ଼ିଛି।
ତେବେ ଏପରି ଅଭିଯୋଗକୁ ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର ଖଣ୍ଡନ କରିସାରିଛନ୍ତି। ଅଭିଯୋଗ ମିଛ, ଯଦି ସେ ଲାଲୁଙ୍କ ସହ ମିଡିଆରେ ସାମ୍ନାସାମ୍ନି ହେବେ ତାହେଲେ କିଏ କ’ଣ ଡିଲ୍ କରିବାକୁ ଚାହୁଁଥିଲା ବୋଲି କହିବେ କହିଥିଲେ। ଜଣେ ଦୁର୍ନୀତି ମାମଲାରେ ସଜା କାଟୁଥିବା ବ୍ୟକ୍ତି କେତେ ସତ କହିପାରେ ବୋଲି ଲାଲୁଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରି କହିଥିଲେ ପ୍ରଶାନ୍ତ କିଶୋର।

 
ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ ରହିଛି। ଉଭୟ ଏନଡିଏ ଏବଂ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆକଳନ ରହିଛି। ହେଲେ ଏହାରି ଭିତରେ ଜେଡିୟୁ ମହାମେଣ୍ଟ ସହ ଏବଂ ଲାଲୁଙ୍କ ଦଳ ଆରଜେଡ଼ି ବିଜେପି ସହ ମେଣ୍ଟ କରିବାକୁ ଚେଷ୍ଟା କରୁଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ନୀତୀଶ କୁମାର ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି।


from Odisha Reporter http://bit.ly/2v9HXgM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages