କ୍ରିକେଟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆଇସିସି ଉଠାଇଲା ବଡ଼ ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

କ୍ରିକେଟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆଇସିସି ଉଠାଇଲା ବଡ଼ ପଦକ୍ଷେପ

ଦୁବାଇ: ଏବେ କ୍ରିକେଟ୍ ହେବ ଦୁର୍ନୀତିମୁକ୍ତ। ଏଥିପାଇଁ ଆରମ୍ଭ ହୋଇଛି ପ୍ରୟାସ। ଜେଣ୍ଟଲମ୍ୟାନ୍ ଗେମ କୁହାଯାଉଥିବା କ୍ରିକେଟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୈଷୟିକ ପୁଲିସ୍ ସଂଗଠନ ଇଣ୍ଟରପୋଲ୍ ସହ ହାତ ମିଳାଇଛି।

ଗତ ସପ୍ତାହରେ ଆଇସିସି ଆଣ୍ଟି-କରପସନ୍ ୟୁନିଟର ଜେନେରାଲ ମ୍ୟାନେଜର ଆଲେକ୍ସ ମାର୍ଶାଲ ଫ୍ରାନ୍ସ ସହର ଲିୟନସ୍ଥିତ ଇଣ୍ଟରପୋଲ୍ ହେଡକ୍ୱାର୍ଟରର ମୁଖ୍ୟ କାର୍ଯ୍ୟାଳୟରେ ଶୀର୍ଷ ପଦାଧିକାରୀଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକରେ ସେ କ୍ରିକେଟକୁ ଦୁର୍ନୀତିମୁକ୍ତ କରିବା ନେଇ ଆଲୋଚନା କରିଥିଲେ।

ଆଲେକ୍ସ କହିଛନ୍ତି, ଆଇସିସି ଓ ଇଣ୍ଟରପୋଲ୍ ଏକାଠି ମିଶି କାମ କରିବାକୁ ଚାହାନ୍ତି ଏବଂ ଗତ ସପ୍ତାହରେ ହୋଇଥିବା ଆମର ଆଲୋଚନା ସକାରାତ୍ମକ ରହିଥିଲା। ଅଧିକାଂଶ ଦେଶର ଆଇନ୍ ପ୍ରବର୍ତ୍ତନ ଏଜେନ୍ସି ସହ ଆଇସିସିର ସମ୍ପର୍କ ବେଶ ଭଲ ରହିଛି, କିନ୍ତୁ ଇଣ୍ଟରପୋଲ୍ ସହ କାମ କରି ଆମେ ୧୯୪ ଦେଶ ସହ ସମ୍ପର୍କ ଯୋଡ଼ିବାକୁ ଚାହୁଁଛୁ। ଦୁର୍ନୀତି ମାମଲାରେ ଖେଳାଳିମାନଙ୍କୁ ଶିକ୍ଷିତ କରାଇବା ଏବଂ ଏହା ବିଷୟରେ ଅବଗତ କରାଇବା ଆଇସିସିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଲେକ୍ସ କହିଛନ୍ତି।

ସେହିପରି ଇଣ୍ଟରପୋଲ କ୍ରିମିନାଲ୍ ନେଟୱାର୍କ ୟୁନିଟର ସହକାରୀ ନିର୍ଦ୍ଦେଶକ ଜୋସ୍ ଡି’ ଗାର୍ସିଆ କହିଛନ୍ତି, ଖେଳ ଲୋକଙ୍କୁ ଏକାଠି କରିଥାଏ ଏବଂ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିଥାଏ। କିନ୍ତୁ କିଛି ଅପରାଧୀ ନିଜର ସ୍ୱାର୍ଥ ପାଇଁ ଏହାକୁ ଖରାପ କରିବାକୁ ପ୍ରୟାସ କରିଥାନ୍ତି। ଏଭଳି ସ୍ଥିତିରେ କ୍ରିକେଟ୍ ଭଳି ଲୋକପ୍ରିୟ ଖେଳରେ ଅପରାଧ ରୋକିବା ପାଇଁ ଆମେ ଆଇସିସିକୁ ସବୁପ୍ରକାର ସହାୟତା କରିବାକୁ ଚାହୁଁଛୁ।’

ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ କ୍ରିକେଟରେ ମ୍ୟାକ୍ ଫିକ୍ସିଂର ସାୟା ଦେଖିବାକୁ ମିଳିଛି। ବିଶେଷକରି କ୍ରିକେଟ୍ ଜଗତର କିଛି ବଡ଼ ନାମ ଯଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ସ୍ୱର୍ଗତ ହାନସୀ କ୍ରୋନିଏ, ହରଶେଲ୍ ଗିବ୍ସ ଓ ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଏଥିରେ ସାମିଲ ଥିଲେ। ତେବେ ୨୦୧୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ପାକିସ୍ତାନ ଟିମ୍ ଦ୍ୱାରା କରାଯାଇଥିବା ସ୍ପଟ୍ ଫିକ୍ସିଂ କ୍ରିକେଟକୁ ଅଧିକ କଳଙ୍କିତ କରିଥିଲା।



from Odisha Reporter https://ift.tt/2Uflu0E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages