ପ୍ରତିମା ନା ରାଜଶ୍ରୀ-କାହାକୁ ଜିତାଇବେ ଜଗତ୍‌ସିଂହପୁର ବାସୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ପ୍ରତିମା ନା ରାଜଶ୍ରୀ-କାହାକୁ ଜିତାଇବେ ଜଗତ୍‌ସିଂହପୁର ବାସୀ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ ତାରିଖ ହେବ ନିର୍ବାଚନ । ପ୍ରଚାର କାର୍ଯ୍ୟ ଜୋରସୋର ଚାଲିଛି। ଏଇ ଲୋକସଭା ଆସନରେ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କୁ ମିଶାଇ ଏଥର ଅଛନ୍ତି ୯ ପ୍ରାର୍ଥୀ। ତେବେ ପ୍ରମୁଖ ତିନି ଦଳ ମଧ୍ୟରେ ହେବ ଲଢେଇ। ବିଜେଡି ଏଠାରେ ଡା.ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଛିଡା କରାଇଛି ବିଭୁ ତରାଇଙ୍କୁ। ସେହିପରି କଂଗ୍ରେସ କରିଛି ପ୍ରତିମା ମଲ୍ଲିକଙ୍କୁ।

ଜଗତସିହଂପୁରରେ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ଅଲଗା। ଜଗତସିଂହପୁର, ତିର୍ତ୍ତୋଲ, ବାଲିକୁଦା, ପାରାଦୀପ,ନିଆଳି, ନିମାପଡ଼ା, କାକଟପୁର ବିଧାନସଭା ମଣ୍ଡଳୀକୁ ନେଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଗଠିତ। ଗୋଟିଏ ଶିକ୍ଷିତ ଜିଲ୍ଲା ଭାବରେ ଜଗତସିଂହପୁରର ନାଁ ରହିଛି।

ଯଦି ଆମେ ରାଜନୈତିକ ଦଳ କଥା କହିବା, ତେବେ ଏଠାରେ କଂଗ୍ରେସର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥିଲା। ୧୯୮୦,୧୯୮୪,୧୯୯୬ ଓ ୧୯୯୮ ପର୍ଯ୍ୟନ୍ତ ଏଠାରେ କଂଗ୍ରେସର ବେଶ ପ୍ରଭାବ ରହିଥିଲା। ତେବେ ୧୯୯୯ ପରଠୁ ଏଠାରେ ବିଜୁ ଜନତା ଦଳ ତା’ର ପ୍ରଭାବ ବିସ୍ତାର କରିଥିଲା। ତେବେ ୧୯୭୭ରୁ ଆଜି ସଦ୍ଧା ଏଠାରେ ବିଜେପି ତାର ଖାତା ‌ଖୋଲି ପାରି ନାହିଁ।
ଆଗାମୀ ନିର୍ବାଚନରେ ଜଗତସିଂହପୁରରେ ଏଥର ହେଭିୱେଟ ନେତାଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଜଗତସିଂହପୁରର ବିଜେଡି ଲୋକସଭା ପ୍ରାର୍ଥୀ ହେଉଛନ୍ତି ଡ.ରାଜଶ୍ରୀ ମଲ୍ଲିକ। ରାଜଶ୍ରୀ ବର୍ତ୍ତମାନର ତିର୍ତ୍ତୋଲ ବିଧାୟିକା ଅଛନ୍ତି। ଏଥର ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ତିର୍ତ୍ତୋଲରେ ୫ ବର୍ଷର ବିଧାୟିକା ରହିବା ପରେ ରାଜଶ୍ରୀ ଅନେକ କାମ କରି ସେଠାରେ ଜଣେ ଟାଣୁଆ ନେତ୍ରୀ ଭାବରେ ନିଜର ପ୍ରଭାବ ବିସ୍ତାର କରି ପାରିଛନ୍ତି। ତେଣୁ ସାଂସଦ କୁଳମଣି ସାମଲଙ୍କ ବଦଳରେ ରାଜଶ୍ରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ରାଜନୀତିରେ ବିଭୁ ଜଣେ ପୁରୁଣା ଚେହେରା। ୨୦୦୯ ରୁ ୨୦୧୪ରେ ସେ ସିପିଆଇରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ୨୦୧୪ରେ କଂଗ୍ରେସ ଟିକଟ ପାଇ ଲୋକସଭା ଆସନ ପାଇଁ ଲଢିଥିଲେ। ହେଲେ ବିଜେଡି ପ୍ରାର୍ଥୀ କୁଳମଣି ସାମଲଙ୍କଠାରୁ ୨,୬୬,୩୯୪ ଭୋଟରେ ହାରି ପରାଜୟ ହୋଇଥିଲେ। ଏଥର ମଧ୍ୟ ବିଭୁ କଂଗ୍ରେସରୁ ଲୋକସଭା ଟିକଟ ପାଇବା ପାଇଁ ଆଶାୟୀ ଥିଲେ। କିନ୍ତୁ କଂଗ୍ରେସ ତାଙ୍କ ଉପରେ ଭରସା କରି ନ ପାରି ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ବିଭୁଙ୍କୁ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ବିଭୁ କଂଗ୍ରେସ ଛାଡ଼ି ବିଜେପିରେ ସାଂସଦ ପ୍ରାର୍ଥୀ ଭାବରେ ଟିକଟ ହାତେଇଛନ୍ତି।

ସେହିପରି କଂଗ୍ରେସ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ରାଜନୀତିରେ ନୂଆ ହେଲେ ମଧ୍ୟ ପ୍ରତିମାଙ୍କର ପରିବାର ରାଜନୀତିରେ ବେଶ ପୁରୁଣା। ପ୍ରତିମାଙ୍କ ବାପା ପୂର୍ବତନ ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକ। ଲକ୍ଷ୍ମଣ ମଲ୍ଲିକ କଂଗ୍ରେସର ଜଣେ ଟାଣୁଆ ନେତା ଆଉ ବେଶ ଲୋକପ୍ରିୟ ମଧ୍ୟ। ତେଣୁ ବାପାଙ୍କର ପକେଟ ଭୋଟ ହାତେଇବାରେ ପ୍ରତିମାଙ୍କୁ ସହଜ ହେବ ବୋଲି ଚର୍ଚ୍ଚା ହେଉଛି।

ଏଠାରେ ତିନି ମହାଯୋଦ୍ଧାଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳା । ଦୁଇ ପୁରୁଣା ମୁହଁ ଏବଂ ଜଣେ ନୂଆମୁହଁ। ବିଭୁ ତରାଇ ଓ ରାଜଶ୍ରୀ ମଲ୍ଲିକ ରାଜନୀତିରେ ପୁରୁଣା କିନ୍ତୁ ପ୍ରତିମା ମଲ୍ଲିକ ସମ୍ପୂର୍ଣ୍ଣ ନୂଆ।
ନୂଆ ହେଲେ ମଧ୍ୟ ବାପାଙ୍କର ପ୍ରଭାବ ଓ ପାରାଦୀପରେ ଥିବା ତାଙ୍କର ସଂଗଠନ ପ୍ରତିମାଙ୍କୁ ବିଜୟ ପଥକୁ ସହଜ କରିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ବିଭୁ ତରାଇଙ୍କର ଦଳ ଡିଆଁ ମନୋଭାବ ଯୋଗୁ ଲୋକ ତାଙ୍କ ଉପରେ ବିଶ୍ୱାସ କରିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ତେଣୁ ଆଗାମୀ ନିର୍ବାଚନରେ ଜଗତସିଂହପୁରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି।



from Odisha Reporter http://bit.ly/2UyXl0t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages