ନାକରେ ଲୁହା ରଡ୍‌ ପୂରାଇ ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ନାକରେ ଲୁହା ରଡ୍‌ ପୂରାଇ ମାରି ଦେଲେ

dead1

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନିଶା ସେବନ ବେଳେ ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ। ନାକରେ ଲୁହା ରଡ୍‌ ପୂରାଇ ମାରି ଦେଲା ହତ୍ୟାକାରୀ। ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲୁଗାଁରେ।

ମୃତକଙ୍କ ନାଁ ପ୍ରମୋଦ ପରିଡ଼ା। ତାଙ୍କ ଘର ବୋଦାପଡ଼ା ଗାଁରେ।

ମିଳିଥିବା ସୂଚନା ଅନୁସାରେ, ବାଲୁଗାଁରେ ଏକ ସ୍ଥାନରେ କେତେକ ଲୋକ ନିଶା ସେବନ କଲା ବେଳେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ବଚସା ଉଗ୍ରରୂପ ନେଇଥିଲେ। ଜଣେ ବ୍ୟକ୍ତି ଉତ୍‌କ୍ଷିପ୍ତ ହୋଇ ପ୍ରମୋଦଙ୍କ ନାକରେ ଏକ ଲୁହା ରଡ୍ ପୂରାଇ ଦେଇଥିଲେ।

ପ୍ରମୋଦଙ୍କ ପରିବାର ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରମୋଦଙ୍କ ଭାଇ ଗିରିଧାରୀ ପରିଡ଼ା କହିଛନ୍ତି,“ତାଙ୍କୁ (ପ୍ରମୋଦଙ୍କୁ) ମାରି ଦେଇ ଘର ବାହାରେ ପକାଇ ଦେଇଥିଲେ। ପଇସାପତ୍ର ବାକି ଅବା ଅନ୍ୟ କୌଣସି କଥାରୁ ଏ ହତ୍ୟାକାଣ୍ଡ ଘଟିଥାଇପାରେ।”

ନୟାଗଡ଼ ଏସ୍‌ଡିପିଓ ନିହାର ରଞ୍ଜନ ପାଢ଼ୀ କହିଛନ୍ତି,“ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ଘଟଣା ବେଳେ ଉପସ୍ଥିତ ଲୋକଙ୍କୁ ପଚରାଉଚରା କରିବା ପରେ ସତକଥା ଜଣାପଡ଼ିବ। ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଓ ଉକ୍ତ ଘରର ମାଲିକ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।”



from Odisha Reporter http://bit.ly/2XMXzTX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages