ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ପ୍ରଫୁଲ୍ଲ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ପ୍ରଫୁଲ୍ଲ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିରୋଧ

ଯାଜପୁର(ଅଭୟ ପତି):କନ୍ୟା ସନ୍ତାନ ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଏନେଇ ଡାକ୍ତରଖାନା ଆଗରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ ଅଛନ୍ତି। ଘଟଣାସ୍ଥଳକୁ ସମବେଦନା ଜଣାଇବାକୁ ଯାଇଥିବା ପ୍ରଫୁଲ୍ଲ ଘଡେ଼ଇ ଓ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇଙ୍କୁ ବିରୋଧ କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଅଞ୍ଚଳର ବିଜୟ ମହନ୍ତଙ୍କ ପତ୍ନୀ ନିବେଦିତା ମହନ୍ତ(୨୮) ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ହେଲେ ଡାକ୍ତର କିମ୍ବା ନର୍ସ କେହି ତାଙ୍କୁ ଠିକ୍‌ ଭାବରେ ଚିକିତ୍ସା କରିନଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ଘଟିଥିବା ବିଜୟ ଅଭିଯୋଗ କରିଛନ୍ତି।

ଏଥିସହ ଡାକ୍ତରଖାନାର କିଛି କର୍ମଚାରୀ ତାଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ସେ ଏକ ହଜାର ଟଙ୍କା ମଧ୍ୟ ଦେଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଏହି ଟଙ୍କାକୁ ସମ୍ପୃକ୍ତ କର୍ମଚାରି ଫେରାଇ ଦେଇଥିବା ବିଜୟ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ମୃତା ନିବେଦିତାଙ୍କ ପରିବାର ଏବଂ ଗ୍ରାମବାସୀ ଡାକ୍ତରଖାନା ଆଗରେ ଧାରଣା ଦେଇଥିଲେ।  ଏହି ସମୟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ ଏବଂ ତାଙ୍କ ବାପା ପ୍ରଫୁଲ୍ଲ ଘଡେ଼ଇ ପହଞ୍ଚିବାରୁ ଧାରଣାକାରୀମାନେ ତାଙ୍କୁ ବିରୋଧ କରିବା ସହ ତାଙ୍କର ମୁର୍ଦ୍ଦାବାଦ ନାରା ପକାଇଥିଲେ। ଠିକ୍‌ ଏହି ସମୟରେ କଂଗ୍ରେସର ଶରତ ରାଉତ ସେହି ସ୍ଥାନରେ ପହଞ୍ଚି ଯିବାରୁ ଉଭୟ ଗୋଷ୍ଠୀଙ୍କ ଭିତରେ ମୁହାଁମୁହିଁ  ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଘଟଣାର ତଦନ୍ତ ସହ ସମ୍ପୃକ୍ତ ଡାକ୍ତର, କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକେ। ସେପଟେ ମୃତଦେହ ପୋଷ୍ଟମଟର୍ମ ହେବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।



from Odisha Reporter http://bit.ly/2VrXx2W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages