
କ୍ୱାଲାଲମ୍ପପୁର: ଏସିଆନ୍ ଫୁଟବଲ କନଫେଡେରସନ୍(ଏଏଫ୍ସି)ର ସଭାପତି ଭାବେ କ୍ରମାଗତ ତୃତୀୟଥର ପାଇଁ ଶେଖ ସଲମାନ ବିନ୍ ଇବ୍ରାହିମ ଖଲିଫା ନିର୍ବାଚିତ ହୋଇଛନ୍ତି। ତାଙ୍କ ସହ ପ୍ରତିନ୍ଦ୍ୱନ୍ଦ୍ୱିତା କରିବାକୁ କେହି ପ୍ରାର୍ଥୀ ହୋଇ ନଥିଲେ। ଫଳରେ ସେ ତୃତୀୟ ଥର ପାଇଁ ଅନାୟସରେ ଏହି ସମ୍ମାନଜନକ ପଦ ପାଇଁ ମନୋନୀତ ହୋଇଛନ୍ତି। ସେ ଏହି ପଦରେ ୪ ବର୍ଷ ପାଇଁ କାର୍ଯ୍ୟ କରିବେ।
୫୩ ବର୍ଷୀୟ ଶେଖ ଏଏଫ୍ସିର ଗତ ବୈଠକରେ ମା’ଙ୍କ ମୃତ୍ୟୁ ଯୋଗୁ ଉପସ୍ଥିତ ନଥିଲେ। ଏହି ବୈଠକରେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ୟୁଏଇର ମହମ୍ମଦ ଅଲ ରୋମାଇଥି ଓ କତାରର ସାଉଦ ଅଲ ମୋହାନ୍ଦି ନିଜର ଦାବି ପ୍ରତ୍ୟାହାର କରିନେଇଥିଲେ। ଏଏଫ୍ସିରେ ୪୭ ଜଣ ସଦସ୍ୟ ରହିଛନ୍ତି।
from Odisha Reporter http://bit.ly/2D1SOh5
No comments:
Post a Comment