
କୁଆଲାଲୁମ୍ପୁର: ଭାରତର ଶୀର୍ଷ ପୁରୁଷ ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ଚଳିତ ମ୍ୟାଲେସିୟା ଓପନର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଭାରତର ଶୀର୍ଷ ମହିଳା ଖେଳାଳି ପିଭି ସିନ୍ଧୁ ସିଧାସଳଖ ଗେମରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।
ଗତ ସପ୍ତାହରେ ୧୭ମାସ ପରେ ଇଣ୍ଡିଆ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଶ୍ରୀକାନ୍ତ ଥାଇଲ୍ୟାଣ୍ଡର ଖୋସିତ୍ ଫେତପ୍ରଦାବଙ୍କୁ ୨୧-୧୧, ୨୧-୧୫ ଗେମରେ ପରାସ୍ତ କରିଛନ୍ତି। କ୍ୱାର୍ଟରରେ ତାଙ୍କ ସାମ୍ନା ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚତୁର୍ଥ ସିଡ୍ ଚୀନ ଖେଳାଳି ଚେନ୍ ଲଙ୍ଗଙ୍କ ସହ ହେବ।
ଚଳିତ ଟୁର୍ଣ୍ଣାମେଣ୍ଟରେ ୨୬ ବର୍ଷୀୟ ଶ୍ରୀକାନ୍ତଙ୍କ ଏକମାତ୍ର ଭାରତୀୟ ଭାବେ ଅଛନ୍ତି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଶ୍ରୀକାନ୍ତ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୬-୨ର ଅଗ୍ରଣୀ ହାସଲ କରିଥିଲେ ଏବଂ ପରେ ଏହି ଅଗ୍ରଣୀକୁ ୧୪-୬ରେ ପହଞ୍ଚାଇଥିଲେ। ଏହିପରି ଭାବେ ଶ୍ରୀକାନ୍ତ ପ୍ରଥମ ଗେମକୁ ସହଜରେ ଜିତି ନେଇଥିଲେ। ଦ୍ୱିତୀୟ ଗେମ ଆରମ୍ଭରୁ ଶ୍ରୀକାନ୍ତ ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଚାପ ପକାଇଥିଲେ। ଫଳସ୍ୱରୂପ ଚାପର ମୁକାବିଲା କରିନପାରି ଥାଲଇ୍ୟାଣ୍ଡ ଖେଳାଳି ଶ୍ରୀକାନ୍ତଙ୍କ ନିକଟରୁ ହାରିଯାଇଥିଲେ।
ସେହିପରି ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୧୮-୨୧, ୭-୨୧ ଗେମରେ ବିଶ୍ୱର ୧୦ ନମ୍ବର ଖେଳାଳି ସୁଙ୍ଗ ଜି ହ୍ୟୁନଙ୍କଠାରୁ ପରାସ୍ତ ହୋଇଛନ୍ତି। ସିନ୍ଧୁ ମଧ୍ୟ ଅଲ୍ ଇଂଲଣ୍ଡ ଚାମ୍ପିଅନଶିପ୍ ଏବଂ ୨୦୧୮ ହଂକଂ ଓପନର ପ୍ରଥମ ରାଉଣ୍ଡରେ ଏହି କୋରିଆ ଖେଳାଳିଙ୍କ ନିକଟରୁ ପରାସ୍ତ ହୋଇଥିଲେ। ସିନ୍ଧୁ ମ୍ୟାଚରେ ଭଲ ଆରମ୍ଭ କରିଥିଲେ।
ପ୍ରଥମ ଗେମର ବ୍ରେକ ସୁଦ୍ଧା ସିନ୍ଧୁ ୧୧-୯ରେ ଆଗୁଆ ଥିଲେ। ଏହା ପରେ ସୁଙ୍ଗ ଜି ପ୍ରତ୍ୟାବର୍ତ୍ତନ କରି ୧୬-୧୪ରେ ଆଗୁଆ ହୋଇଥିଲେ। ସୁଙ୍ଗ ଜି ଲଗାତାର ଅଗ୍ରଣୀ ବଜାୟ ରଖି ଗେମକୁ ୨୧-୧୮ରେ ଜିତି ନେଇଥିଲେ। ଦ୍ୱିତୀୟ ଗେମରେ ସିନ୍ଧୁ ନିରାଶ କରିଥିଲେ।
ସୁଙ୍ଗ ଜି ବ୍ରେକ ସୁଦ୍ଧା ୧୧-୬ରେ ଆଗୁଆ ଥିଲେ ଏବଂ ଏହା ପରେ ସେ ଲଗାତାର ୧୦ ପଏଣ୍ଟ ହାସଲ କରିଥିବା ସିନ୍ଧୁ ମାତ୍ର ୧ ପଏଣ୍ଟ କରିବାକୁ ସକ୍ଷମ ହୋଇଥିଲେ। ଦ୍ୱିତୀୟ ଗେମରେ ସିନ୍ଧୁ ଏକାଧିକ ଭୁଲ କରିଥିଲେ, ଯାହା ଫାଇଦା ଉଠାଇଥିଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ।
ଅନ୍ୟପକ୍ଷରେ ଭାରତୀୟ ମିକ୍ସଡ୍ ଡବଲ୍ସ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍. ସିକ୍କି ରେଡ୍ଡି ଦ୍ୱିତୀୟ ରାଉଣ୍ଡରେ ମ୍ୟାଲେସିୟା ଯୋଡ଼ି ତାନ୍ କିଆନ୍ ମେଙ୍ଗ ଓ ଲାଇ ପେଇ ଜିଙ୍ଗଙ୍କ ନିକଟରୁ ୨୧-୧୫, ୧୭-୨୧, ୧୩-୨୧ ଗେମରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।
from Odisha Reporter https://ift.tt/2TVAImv
No comments:
Post a Comment