
ନୂଆଦିଲ୍ଲୀ: ଶିଶୁଙ୍କ ବୟସ କମ୍ ହୋଇଥିଲେ ମଧ୍ୟ ସେମାନଙ୍କ ହୃଦୟ ବଡ଼ ହୋଇଥିବା ବାରମ୍ବାର ପ୍ରମାଣିତ ହୋଇଆସିଛି। ମିଜୋରାମର ଏଭଳି ଜଣେ ଶିଶୁ ପୂର୍ବରୁ ଚର୍ଚ୍ଚାକୁ ଆସିଥିଲେ, ଯେକି ଭୁଲବଶତଃ ଏକ କୁକୁଡ଼ା ସହିତ ଦୁର୍ଘଟଣା ଘଟାଇ ତାକୁ ଆହତ କରିବାରୁ ତାକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଇଥିଲେ। ଆଉ ହାତରେ ଥିଲା ତାଙ୍କ ପକେଟ୍ ମନିରୁ ସଞ୍ଚିତ ମାତ୍ର ୧୦ ଟଙ୍କା। ଏହି ‘ଭାଇରାଲ କିଡ୍’ଙ୍କ ବାବଦରେ ଏକ ପୋଷ୍ଟ ସମସ୍ତଙ୍କ ହୃଦୟ ଜିତିବା ପରେ ସେ ବର୍ତ୍ତମାନ ତାଙ୍କ ସ୍କୁଲରେ ପୁରସ୍କୃତ ମଧ୍ୟ ହୋଇଛନ୍ତି।
As per Reports: This young boy from Sairang, Mizoram, accidentally ran over his neighbour's chicken. He took the…
Sanga Says यांनी वर पोस्ट केले मंगळवार, २ एप्रिल, २०१९
ଏହି ୬ ବର୍ଷର ଶିଶୁଙ୍କ ନାମ ଡେରେକ୍ ସି ଲାଲଛାନ୍ହିମା ବୋଲି ଜଣାପଡ଼ିଛି। ସେ କୁକୁଡ଼ା ଛୁଆ ପ୍ରତି ଦେଖାଇଥିବା ଦୟା ସମ୍ପର୍କିତ ଏକ ଫଟୋ ଓ ଲେଖା ‘ସାଙ୍ଗା ସେଜ୍’ ନାମକ ଏକ ଆଇଡିରୁ ପୋଷ୍ଟ ହେବା ପରେ ବର୍ତ୍ତମାନ ୮୮ ହଜାର ଶେୟାରରେ ପହଞ୍ଚିଲାଣି। ଏହାକୁ ୧ଲକ୍ଷ ୨୬ ହଜାର ଲୋକ କମେଣ୍ଟ ମଧ୍ୟ ଦେଇସାରିଲେଣି।
I guess by now you all know who this adorable kid is.Derek C Lalchhanhima (age 6) is being honoured by his school and…
Sanga Says यांनी वर पोस्ट केले गुरुवार, ४ एप्रिल, २०१९
ଡେରେକ୍ ସ୍କୁଲରେ ସମ୍ମାନିତ ହେବା ବାବଦରେ ମଧ୍ୟ ସାଙ୍ଗାଙ୍କ ଫେସ୍ବୁକ୍ ପ୍ରୋଫାଇଲରୁ ଜଣାପଡ଼ିଛି। ସେ ଏଥିରେ ସୂଚନା ଦେବା ସହିତ ଏକ ଫଟୋ ମଧ୍ୟ ଦେଇଛନ୍ତି। ସ୍ମିତହାସ୍ୟ ସହ ଡେରେକ୍ଙ୍କ ଏହି ଫଟୋରେ ସେ ୟୁନିଫର୍ମରେ ଅଛନ୍ତି ଏବଂ ତାଙ୍କ କାନ୍ଧରେ ପାରମ୍ପରିକ ଶାଲ ମଧ୍ୟ ରହିଛି। ଏହି ଶାଲ ସାଧାରଣତଃ ବଡ଼ ବଡ଼ ଅତିଥିଙ୍କ ସ୍ୱାଗତ କରିବା ବେଳେ ବ୍ୟବହାର କରାଯାଏ। ସେ ହାତରେ ଏକ ମାନପତ୍ର ମଧ୍ୟ ଧରିଛନ୍ତି।
ସାଙ୍ଗା ତାଙ୍କ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ଶାଲ ବୀରତ୍ୱ ଓ ସାହସିକତା ପାଇଁ ମିଳୁଥିବା ‘ତାଓଲୋ ପୁଆନ୍’ ପୁରସ୍କାର ପରି ମନେ ହେଉଛି।
ତେବେ ଏହି ପୋଷ୍ଟର ଅନ୍ୟ ଏକ ଦିଗରୁ ଜଣାଯାଏ, ଏହି କୁକୁଡ଼ାଟି ମୃତ୍ୟୁବରଣ କରିଥିଲେ ମଧ୍ୟ ଡେରେକ୍ ତାହା ବିଶ୍ୱାସ କରିପାରିନଥିଲେ। ତେଣୁ କୁକୁଡ଼ାକୁ ହସ୍ପିଟାଲ ନେଇ ଯିବାକୁ ବାପା ମା’ଙ୍କୁ ଅନୁରୋଧ କରିଥିଲେ। ଏହି ଶିଶୁଟିର ଏପରି ନିରୀହ ଓ ଅନାବିଳ ସ୍ନେହଭାବ ଦେଖି ନର୍ସ ଜଣଙ୍କ ଏହି ଭାଇରାଲ ଫଟୋ ଉଠାଇଥିଲେ, ଯେଉଁଥିରେ ଡେରେକ୍ ଚିନ୍ତିତ ଥିବା ଜଣାପଡ଼ୁଛନ୍ତି।
from Odisha Reporter https://ift.tt/2YN6TZ0
No comments:
Post a Comment