ଆନ୍ଧ୍ରରୁ ଉଦ୍ଧାର ହେଲେ ୧୭ ଓଡ଼ିଆ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଆନ୍ଧ୍ରରୁ ଉଦ୍ଧାର ହେଲେ ୧୭ ଓଡ଼ିଆ ଯୁବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ମୁମ୍ବାଇ ଚାଲାଣ ହେଉଥିବା ୧୭ ଜଣ ଯୁବତୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରାଯାଇଛି। ଯୁବତୀ ଚାଲାଣ ଖବର ପାଇ ଆନ୍ଧ୍ର ରେଳବାଇ ପୁଲିସ ସେମାନଙ୍କୁ ରାଜମହେନ୍ଦ୍ରୀ ଷ୍ଟେସନରେ ଅଟକାଇଥିଲା। ଏହାପରେ ଆନ୍ଧ୍ର ମହିଳା କମିଶନ ଏନେଇ ଓଡ଼ିଶା ମହିଳା କମିଶନଙ୍କୁ ଅବଗତ କରାଇଥିଲେ। ଉଦ୍ଧାର ୧୭ ଜଣ ଯୁବତୀଙ୍କୁ ଆନ୍ଧ୍ର ପୁଲିସର ଏକ ଟିମ୍  ଭୁବନେଶ୍ୱର ମହିଳା କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚାଇଥିଲା।

ପଚରା ଉଚରାରୁ ଜଣାପଡିଛି ଯେ, ଉଦ୍ଧାର ଯୁବତୀମାନେ କେନ୍ଦୁଝର ଓ ଗଜପତି ଅଞ୍ଚଳର।  ଏମାନେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଉଥିଲେ।

ସେମାନଙ୍କୁ ଓଡ଼ିଶାରୁ ମୁମ୍ବାଇ ଚାଲାଣ କରୁଥିବା ଯୁବତୀମାନଙ୍କୁ ମଧ୍ୟ ଧରିଛି ପୋଲିସ। ଉଦ୍ଧାର ଯୁବତୀମାନଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି।  ପରିବାର ଲୋକ ଆସିବା ଯାଏ ଉଦ୍ଧାର ଯୁବତୀଙ୍କୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ରଖାଯିବ।  ତେବେ ଚାଲାଣ କରୁଥିବା ବ୍ୟକ୍ତି ପ୍ରତି ଯୁବତୀଙ୍କ ପିଛା ଦିନକୁ ୧୦ ଟଙ୍କା କମିଶନ ପାଉଥିବା ଜଣାପଡ଼ିଛି।



from Odisha Reporter http://bit.ly/2IQWXJw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages