
ବେଙ୍ଗାଲୁରୁ: ଚଳିତ ଆଇପିଏଲର ୪୯ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ ଟସ୍ ପଡ଼ିବାର ୧୫ ମିନିଟ୍ ପରେ ହଠାତ୍ ଜୋରରେ ପବନ ଆରମ୍ଭ ହୋଇଥିଲା ଏବଂ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା ଯୋଗୁ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇନାହିଁ। ଏହି ମ୍ୟାଚରେ ଆରସିବି ଦଳକୁ ପବନ ନେଗି ଓ କୁଲୱନ୍ତ ଖେଜ୍ରୋଲିୟା ସ୍ଥାନ ପାଇଥିବା ବେଳେ ଶିବମ ଦୁବେ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଦଳରୁ ଆଷ୍ଟନ୍ ଟର୍ଣ୍ଣର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ମହିପାଲ୍ ଲୋମରର୍ ସୁଯୋଗ ପାଇଛନ୍ତି।
ରୟାଲ୍ସ ଏକାଦଶ: ଆଜିଙ୍କ୍ୟ ରାହାଣେ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ମହିପାଲ୍ ଲୋମରର୍, ରିୟାନ୍ ପରାଗ, ଷ୍ଟୁଆର୍ଟ ବିନ୍ନି, ଶ୍ରେୟସ ଗୋପାଲ୍, ଜୟଦେବ ଉନାଦକତ୍, ବରୁନ୍ ଆରୋନ୍, ଓଶାନି ଥୋମାସ।
ଆରସିବି ଏକାଦଶ: ପାର୍ଥିବ ପଟେଲ, ବିରାଟ୍ କୋହଲି (ଅଧିନାୟକ), ହେନରିଚ୍ କ୍ଲାସେନ୍, ଗୁରକୀରତ ସିଂହ, ଏବି ଡି’ଭିଲିୟର୍ସ, ମାର୍କସ୍ ଷ୍ଟୋଇନିସ୍, ପବନ ନେଗି, ଉମେଶ ଯାଦବ, ନବଦୀପ ସାଇନି, କୁଲୱନ୍ତ ଖେଜ୍ରୋଲିୟା, ୟୁଜବେନ୍ଦ୍ର ଚହଲ୍।
from Odisha Reporter http://bit.ly/2J445RT
No comments:
Post a Comment