ଚର୍ଚ୍ଚାରେ ମୋଦିଙ୍କ ‘ବ୍ଲାକ୍‌ ଟ୍ରଙ୍କ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଚର୍ଚ୍ଚାରେ ମୋଦିଙ୍କ ‘ବ୍ଲାକ୍‌ ଟ୍ରଙ୍କ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯେଉଁଆଡ଼େ ଯାଉଛି, ତାଙ୍କ ସହ ଏକ ‘ସନ୍ଦିଗ୍ଧ ବ୍ଲାକ୍‌ ଟ୍ରଙ୍କ’ ଯାଉଛି। ଏପରି ଅଭିଯୋଗ ଆଣି ତା’ମଧ୍ୟରେ କ’ଣ ଅଛି ନିର୍ବାଚନ କମିଶନ୍‌ ତଦନ୍ତ କରି ଜଣାଇବାକୁ ରବିବାର ଦାବି କରିଛି କଂଗ୍ରେସ। ମୋଦି କର୍ଣ୍ଣାଟକାର ଚିତ୍ରଦୁର୍ଗ ଗସ୍ତରେ ଯାଇଥିବା ସମୟରେ ଏହି ଟ୍ରଙ୍କ ତାଙ୍କ ସହିତ ଥିବା କହିଛି କଂଗ୍ରେସ।

କଂଗ୍ରେସ ମୁଖପାତ୍ର ଆନନ୍ଦ ଶର୍ମା ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀ ଏହି ବିଷୟରେ ସ୍ପଷ୍ଟ କରନ୍ତୁ। ବର୍ତ୍ତମାନ ନିର୍ବାଚଦନ ସମୟ ହୋଇଥିବାରୁ ଏହି ଟ୍ରଙ୍କ ଭିତରେ କ’ଣ ଅଛି ଜଣାଇବାକୁ ନିର୍ବାଚନ କମିଶନ୍ ଏକ ତଦନ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। କଂଗ୍ରେସର କର୍ଣ୍ଣାଟକା ୟୁନିଟ୍‌ ଏନେଇ ନିର୍ବାଚନ କମିଶନ୍‌ଙ୍କ ନିକଟରେ ଅଭିଯୋଗ କରିସାରିଛନ୍ତି ବୋଲି ସେ ଜଣାଇଛନ୍ତି।

ସେ ଅଭିଯୋଗ ଆଣିଛନ୍ତି, ଆମେ ଦେଖିଲୁ ମୋଦିଙ୍କ ହେଲିକପ୍ଟରକୁ ଏକାଧିକ ହେଲିକପ୍ଟର ବାଟ କଢ଼ାଉଥିଲେ। ଏହା ଅବତରଣ କରିବା ପରେ ଏକ ବ୍ଲାକ୍‌ ଟ୍ରଙ୍କ ବାହାର କରାଗଲା ଏବଂ ଏକ ଘରୋଇ କାରକୁ ନିଆଗଲା। ଏହି ଘରୋଇ କାର୍‌ଟି ଏସ୍‌ପିଜି କାରକେଡ୍‌ ଅନ୍ତର୍ଭୁକ୍ତ ନଥିଲା। ଶ୍ରୀ ଶର୍ମା ଆହୁରି ମଧ୍ୟ ଦାବି କରିଛନ୍ତି, ମୋଦି ତାଙ୍କ ୫ ବର୍ଷରେ କେଉଁଥିରେ ସଫଳ ହୋଇଛନ୍ତି, ତାହା ବଖାଣନ୍ତୁ।



from Odisha Reporter http://bit.ly/2VIEAt5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages