
କଟକ(ଓଡ଼ିଶା ରିପୋର୍ଟର) ଓଡ଼ିଶା ସିନେ ଜଗତର ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି। କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ଆଜି ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।
୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନାଠାରେ ଜନ୍ମଗ୍ରହଣ କରିଥିଲେ ରାଖାଲ ମହାନ୍ତି। ପିଲାବେଳୁ ସେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ୧୯୪୮ ମସିହାରେ ମାଟ୍ରିକ୍ ପାସ ପରେ ସେ ନିଜକୁ ସଙ୍ଗୀତରେ ସମ୍ପୁର୍ଣ୍ଣ ଭାବରେ ସମର୍ପିତ କରିଥିଲେ । ୧୯୭୩ ମସିହାରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ବାଳକୃଷ୍ଣ ଦାଶଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।
୧୯୫୫ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ କଟକର କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ। ଲଘୁ ଓ ଶାସ୍ତ୍ରୀୟ ସଙ୍ଗୀତ[ ଉଭୟରେ ସେ ନିପୂଣ ଥିଲେ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ।
ଖାଲି ସେତିକି ନୁହେଁ, ସେ ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ କାମ କରିବାର ସୁଯୋଗ ଲାଭ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ତାଙ୍କ ଯୋଡ଼ି ବେଶ ଅନ୍ତରଙ୍ଗ ଥିଲା। ବହୁ ଓଡ଼ିଆ କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
from Odisha Reporter http://bit.ly/2VJspMx
No comments:
Post a Comment