
ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍ ନିକଟରେ ଏକ୍ କାର୍ରୁ ୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ନିର୍ବାଚନ ପାଇଁ ଗଠିତ ଫ୍ଲାଇଂ ସ୍କ୍ୱାଡ୍ ଏହି ଟଙ୍କା ଜବତ କରିଛି।
ଗାଡ଼ି ମାଲିକଙ୍କ ନାଁ ବସନ୍ତ ଦାସ। ତାଙ୍କ ଘର ଆଳି ବ୍ଲକ୍ ଅନ୍ତର୍ଗତ କଅଁରପୁର ଗାଁରେ ବୋଲି ଜଣାପଡ଼ିଛି।
ବସନ୍ତଙ୍କର ପେଟ୍ରୋଲ ପମ୍ପ ଅଛି। ଏହି ଗାଡ଼ିରେ ସେ ତେଲ ଟାଙ୍କି ପଇସା ନେଉଥିଲେ ବୋଲି ଜଣାପଡ଼ିଛି। ତେବେ ପଟ୍ଟାମୁଣ୍ଡାଇ ପୁଲିସ୍ ବସନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ଆଉ ଦିନ କେଇଟା ଥିବାବେଳେ ପ୍ରତ୍ୟେକ ଦିନ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ହେଉଥିବା ଘଟଣା ସାମ୍ନାକୁ ଆସୁଛି।
from Odisha Reporter http://bit.ly/2G1NZqc
No comments:
Post a Comment