
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପାଙ୍କୁ ବଞ୍ଚାଇବାକୁ ଯାଇ ପୁଅର ଜୀବନ ଗଲା। ଏ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗାଁରେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ମୃତ ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର ନାୟକ। ତାଙ୍କ ବାପାଙ୍କ ନା ଯୋଗିଆ ନାୟକ।
ଆଜି ଯୋଗିଆ ନିଜ ଘର ଛପର କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଏହା ଦେଖି ଜିତେନ୍ଦ୍ର ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ତେବେ ସେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଯୋଗିଆ ମୃତ୍ୟୁମୁଖରୁ ବଞ୍ଚି ଯାଇଥିବା ବେଳେ ଜିତେନ୍ଦ୍ର ପ୍ରାଣ ହରାଇଥିଲେ। ଯୋଗିଆଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ ଆସୁଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଟକି ରହିଛନ୍ତି। ଖବର ଲେଖାଯିବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯୋଗିଆ ତାଙ୍କ ଘରକୁ ବିପିଏଲ୍ ବିଦ୍ୟୁତ୍ ସଂଯୋଗ ନେଇଥିଲେ। ବିଲ୍ ପୈଠ କରି ପାରି ନଥିବାରୁ ଦୁଇ ଦିନ ତଳେ ତାଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଥିଲା। କିନ୍ତୁ ସେମାନଙ୍କ ଅଜଣାତରେ ପୁଣି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ଆଜି ଯୋଗିଆ ଘର ଛପର କାମ କରୁଥିବା ବେଳେ ତାଙ୍କ ଘରକୁ ଆସିଥିବା ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଯାଇଥିଲେ। ତାରରେ କୌଣସି ସ୍ଥାନରେ ଲିକ୍ ଥିବାରୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଜିତେନ୍ଦ୍ର ଏହା ଦେଖି ବାପାଙ୍କୁ ବଞ୍ଚାଇବାକୁ ଯାଇଥିଲେ ଓ ପ୍ରାଣ ହରାଇଥିଲେ।
from Odisha Reporter http://bit.ly/2IrtMfX
No comments:
Post a Comment