
ଲକ୍ଷ୍ନୌ: ଦୀର୍ଘ ୨୨ ବର୍ଷ ତଳର ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଉତ୍ତର ପ୍ରଦେଶ ହମିରପୁର ଆସନର ବିଜେପି ବିଧାୟକ ଅଶୋକ ଚାଣ୍ଡେଲ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଆହ୍ଲାବାଦ ହାଇକୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ବିଧାୟକ ଚାଣ୍ଡେଲ ୧୯୯୭ ମସିହା ଜାନୁଆରୀ ୨୬ରେ ୫ ଜଣ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା କୋର୍ଟରେ ପ୍ରମାଣିତ ହୋଇଛି। ଏହି ଘଟଣାରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରମେଶ ସିହ୍ନା ଓ ଜଷ୍ଟିସ୍ ଡିକେ ସିଂହଙ୍କ ଖଣ୍ଡପୀଠ ଚାଣ୍ଡେଲଙ୍କ ବ୍ୟତୀତ ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ନିମ୍ନ ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ତେବେ ପୀଡ଼ିତାଙ୍କ ପରିବାର ଏହି ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୨୨ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।
from Odisha Reporter http://bit.ly/2IuuhG0
No comments:
Post a Comment