
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନକ୍ସଲମାନେ ଅଟକ ରଖିଥିବା ୪ଟି ଲଞ୍ଚକୁ ଛାଡ଼ି ଦେଇଛନ୍ତି। ସିନ୍ଧୁପୁଟ ଓ ଯନ୍ତ୍ରୀରେ ୨ ଦିନ ଧରି ଅଟକ ଥିବା ଲଞ୍ଚ ଆଜି ଘାଟକୁ ଫେରିଛି। ଲଞ୍ଚ ସହ ସମସ୍ତ ଡ୍ରାଇଭର, ହେଲପର ଓ ଖଲାସି ଫେରିଥିବା ଜଣାପଡ଼ିଛି। ଲଞ୍ଚଗୁଡ଼ିକରେ ଭୋଟ୍ ବର୍ଜନ ପୋଷ୍ଟର ଲାଗିଛି।
ଗତକାଲି ଚିତ୍ରକୋଣ୍ଡାରେ ଭୋଟ୍ ଗ୍ରହଣ ହୋଇଛି। ତେବେ ୩୧ ଦଫା ଦାବିରେ ନିର୍ବାଚନ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ ନକ୍ସଲ। ଭୋଟ୍ ଗ୍ରହଣ ପୂର୍ବରୁ ୪ଟି ଲଞ୍ଚ ସହ ୧୨ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ।
from Odisha Reporter http://bit.ly/2UxlMAd
No comments:
Post a Comment