ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶାହ, କହିଲେ-ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶାହ, କହିଲେ-ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଆଜି କେନ୍ଦୁଝର ଗସ୍ତରେ ନିର୍ବାଚନୀ ପ୍ରଚାର ପାଇଁ ଆସି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସ୍ଥାନୀୟ ମେଡିକାଲ୍‌ କଲେଜରେ ଆୟୋଜିତ ସଭାରେ ଯୋଗଦେଇ ଅମିତ୍‌ ଶାହ କହିଛନ୍ତି ଯେ, ‘୧୯ ବର୍ଷ ହେଲା ନବୀନ ଏଠି ଅଛନ୍ତି। ହେଲେ ଏଠି ପିଇବା ପାଇଁ ପାଣି ଟୋପେ ମିଳୁନି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି। ଥରେ ନବୀନଙ୍କୁ ଓପାଡ଼ି ଫିଙ୍ଗ, କାମ ପାଇଁ ବାହାରକୁ ଯିବାକୁ ପଡ଼ିବନି। ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି।

ନବୀନଙ୍କ ପାଖରେ ଥିବା ବାବୁଲୋକ ଭ୍ରଷ୍ଟାଚାର କରୁଛନ୍ତି। ନବୀନ ନିର୍ବିକାର। ସେ ଆହୁରି କହିଥିଲେ ଯେ,୫ ବର୍ଷରେ ମୋଦି ସରକାର ଗରିବୀ ହଟାଇବାକୁ ବହୁ କାମ କରିଛନ୍ତି। ନିର୍ବାଚନରେ ମୋଦିଙ୍କୁ ଜିତାଇ, ନବୀନଙ୍କୁ ବିଦା କରିବାର ଅଛି।

ସେ କହିଥିଲେ ଯେ, ଡିଷ୍ଟ୍ରିକ୍ଟ୍‌ ମିନେରାଲ୍‌ ଫାଉଣ୍ଡେସନ୍‌(DMF)ରେ କେନ୍ଦୁଝର ଜିଲ୍ଲାକୁ ୧୬ଶହ କୋଟି ମଞ୍ଜୁର କରାଯାଇଛି। କେନ୍ଦୁଝର ମେଡିକାଲ୍‌ କଲେଜ DMF ପାଣ୍ଠିରେ ହେଉଛି। ମୋଦି ମେଡିକାଲ୍‌ ପାଇଁ ପାଣ୍ଠି ଦେଲେ। ହେଲେ ନବୀନ ଚାରେଣୀଟି ବି ଦେଲେନି। ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବି ମୋଦି ସରକାର କରିଛନ୍ତି। ଓଡ଼ିଶା ପାଖରେ ଏତେ ଖଣିଜ ସମ୍ପଦ ଥାଇ ବି ଓଡ଼ିଶା ଲୋକ ଗରିବ ଅଛନ୍ତି।

ସେହିପରି ଚିଟ୍‌ଫଣ୍ଡରେ ସଂପୃକ୍ତ ଲୋକଙ୍କ ପ୍ରତି ନବୀନ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଶାହ ପ୍ରଶ୍ନ କରିଥିଲେ। ଥରେ ବିଜେପି ସରକାର ଆସୁ। ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ ପଠାଇବୁ ବୋଲି ସେ କହିଛନ୍ତି। ବିଜେପି ସରକାର କଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ କଲେଜ ସ୍ଥାପନ ହେବ। ଏଥିସହ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି ଶାହ କହିଥିଲେ।



from Odisha Reporter http://bit.ly/2G6aQj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages