
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ):ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସଶସ୍ତ୍ର ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଗତ ରାତି ପ୍ରାୟ ସାଢ଼େ ନଅଟା ସମୟରେ ସଶସ୍ତ୍ର ନକ୍ସଲମାନେ ବନ ବିଭାଗ କାର୍ଯ୍ୟାଳୟରେ ପଶିଥିଲ। ବନ ବିଭାଗ ଅଧିକାରୀଙ୍କ ନିକଟରୁ ୩ଟି ବନ୍ଧୁକ ଓ ୭ଟି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏହାସହ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏନେଇ ବନ ବିଭାଗ ଅଧିକାରୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣା ତଦନ୍ତ କରୁଛି।
ପୂର୍ବରୁ ୨୦୦୮ମସିହା ଫେବ୍ରୁଆରୀ ୧୪ ରାତିରେ ସଶସ୍ତ୍ର ନକ୍ସଲ ନୟାଗଡ଼ ଅସ୍ତ୍ରାଗାର, ପୁଲିସ ଟ୍ରେନିଂ ସ୍କୁଲ, ନୟାଗଡ଼ ଓ ଦଶପଲ୍ଲା ଥାନାରେ ଆକ୍ରମଣ କରିଥିଲେ। ସେଠାରୁ ନକ୍ସଲମାନେ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ। ଏଥିରେ ୧୩ ଜଣ ପୁଲିସ କର୍ମଚାରୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।
from Odisha Reporter http://bit.ly/2XLaRAn
No comments:
Post a Comment