ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋର ବିରୋଧୀ ମମତାଙ୍କ ସହ କିଭଳି ରହିଛି ବ୍ୟକ୍ତିଗତ ସମ୍ପର୍କ ପଢନ୍ତୁ ଏହି ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋର ବିରୋଧୀ ମମତାଙ୍କ ସହ କିଭଳି ରହିଛି ବ୍ୟକ୍ତିଗତ ସମ୍ପର୍କ ପଢନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ନିଜର ଘୋର ବିରୋଧୀଙ୍କୁ ପ୍ରକୃତ ବନ୍ଧୁ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଅନେକ ଭଲ ବନ୍ଧୁ ରହିଛନ୍ତି ତାଙ୍କ ମଧ୍ୟରୁ ମମତା ବାନାର୍ଜି ଅନ୍ୟତମ ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ସେ କହିଛନ୍ତି। ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି। ଏହି ସାକ୍ଷାତକାରରେ ସେ ଅକ୍ଷୟ କୁମାରଙ୍କ ସହ ରାଜନୀତିକ ପ୍ରସଙ୍ଗ ଛାଡ଼ି ନିଜ ବ୍ୟକ୍ତିଗତ ଜୀବନଶୈଳୀ ଉପରେ ମତ ପ୍ରକାଶ କରିଛନ୍ତି।

ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଢାକାରୁ ବର୍ଷରେ ତିନି ଚାରି ଥର ମିଠା ତାଙ୍କ ପାଇଁ ପଠାନ୍ତି ବୋଲି ସେ କହିଛନ୍ତି। ଏହା ଜାଣିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପ୍ରତିବର୍ଷ ତାଙ୍କୁ ମିଠା ସହିତ କୁର୍ତ୍ତା ପଠାନ୍ତି ବୋଲି ସେ କହିଛନ୍ତି। ଏବଂ ମମତା ନିଜେ ବ୍ୟକ୍ତିଗତ ଭାବେ ଯାଇ ମୋଦିଙ୍କ ପାଇଁ କୁର୍ତ୍ତା ପସନ୍ଦ କରନ୍ତି ବୋଲି ସେ କହିଛନ୍ତି।

ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ସଂସଦକୁ କାମ ପାଇଁ ସେ ଯାଇଥିଲେ। ସେଠାରେ କଂଗ୍ରେସର ବରିଷ୍ଠ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ସହ ଦେଖା ହୋଇଥିଲା। ଉଭୟ ଏକ ସାଙ୍ଗରେ ବିଭିନ୍ନ ପ୍ରସଙ୍ଗରେ ଆଳାପ କରିଥଲେ। ଏମିତିକି ଦୁଇ ଜଣ ଏକା ସାଙ୍ଗରେ ବାହାରକୁ ଆସିବା ବେଳେ ମିଡ଼ିଆ କର୍ମୀ ମୋଦିଙ୍କୁ ପ୍ରଶ୍ନ କରିଥିଲେ ଆରଏସଏସ କର୍ମୀ ହୋଇଥିବା ବେଳେ ଗୁଲାମ ନବୀ ଆଜାଦଙ୍କ ସହ କିଭଳି ମିଶୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜବାବରେ ଗୁଲାମ ନବୀ ଆଜାଦ କହିଥିଲେ ଆମେ ଗୋଟିଏ ପରିବାରର। ରାଜନୀତି ପ୍ରସଙ୍ଗ ଅଲଗା ବ୍ୟକ୍ତିଗତ ଭାବରେ ଆମେ ସମସ୍ତଙ୍କ ସହ ଗୋଟିଏ ପରିବାର ଭଳି ମିଶୁ ବୋଲି ଗୁଲାମ ନବୀ ଆଜାଦ କହିଥିଲେ ବୋଲି ମୋଦି କହିଛନ୍ତି।



from Odisha Reporter http://bit.ly/2ISJ2BW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages