ଶାରଦା ଚିଟଫଣ୍ଡ ଘୋଟାଲା, ରାଜୀବ କୁମାରଙ୍କୁ ଗିରଫ ପାଇଁ ସିବିଆଇ ମାଗିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଶାରଦା ଚିଟଫଣ୍ଡ ଘୋଟାଲା, ରାଜୀବ କୁମାରଙ୍କୁ ଗିରଫ ପାଇଁ ସିବିଆଇ ମାଗିଲା ଅନୁମତି

ନୂଆଦିଲ୍ଲୀ: କୋଲକାତାର ପୂର୍ବତନ ପୁଲିସ୍‌ କମିଶନରଙ୍କୁ ଗିରଫ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଛି। ଏଥିସହ ଫେବୃଆରୀ ୫ ତାରିଖରେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ଗିରଫ ନ କରିବା ପାଇଁ ଦେଇଥିବା ଆଦେଶକୁ ପ୍ରତ୍ୟାହାର କରି ନେବାକୁ ସିବିଆଇ ଆବେଦନ କରିଛି।

ଶାରଦା ଚିଟଫଣ୍ଡ ଠକେଇ ମାମଲାରେ ପଶ୍ଚିମବଙ୍ଗ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ଯାହାର ତଦନ୍ତ ଦାୟିତ୍ୱରେ ଥିଲେ ରାଜୀବ କୁମାର। ତଦନ୍ତ ବେଳେ ରାଜୀବ କୁମାର ଅନେକ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ ପ୍ରମାଣ ପାଇଥିଲା। ଏହାପରେ ସିବିଆଇ ଫେବୃଆରୀ ୩ ତାରିଖରେ ରାଜୀବ କୁମାରଙ୍କ ବାସଭବନକୁ ପଚରାଉଚରା ପାଇଁ ଯାଇଥିଲା। ହେଲେ ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦଳର ଅନ୍ୟ ନେତା ତଥା ବରିଷ୍ଠ ପୁଲିସ ଅଧିକାରୀ ଧାରଣା ଦେଇଥିଲେ।

ଏହାପରେ ଫେବୃଆରୀ ୫ ତାରିଖରେ ରାଜୀବ କୁମାରଙ୍କୁ ଗିରଫ ନକରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଫେବୃଆରୀ ୮ରୁ ୧୩ ମଧ୍ୟରେ ଶିଲଂ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ରାଜୀବ କୁମାରଙ୍କୁ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କହିଥିଲେ।

ଏହାପରେ ସିବିଆଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଦର୍ଶାଇଥିଲା ଯେ, ରାଜୀବ କୁମାର ୨୦୧୨-୧୩ରେ ତଦନ୍ତ କରୁଥିବାବେଳେ ଏୟାରଟେଲ ଓ ଭୋଡାଫୋନ ସିମ୍ ବ୍ୟବହାର କରୁଥିଲେ। ଏହାର କଲ୍‌ ରେକର୍ଡ କମ୍ପାନୀ ଦେଉ ନ ଥିବାରୁ ତଦନ୍ତ ଆଗକୁ ଯାଇ ପାରୁନଥିବା ଦର୍ଶାଇଥିଲା। ଏହାପରେ ସୁପ୍ରିମକୋର୍ଟ ଏୟାରଟେଲ ଓ ଭୋଡାଫୋନକୁ ନୋଟିସ୍‌ ପଠାଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter http://bit.ly/2G57Bty

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages