
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ନାଁରେ ମାମଲା ରୁଜୁ ହୋଇଛି। ଯୋଗେଶ ସିଂଙ୍କ ଭାଇ ରିତେଶଙ୍କ ସହ ୭ ଜଣଙ୍କ ନାଁରେ ଭସ୍ମା ଥାନାରେ ଏହି ମାମଲା ରୁଜୁ ହୋଇଛି। ବୀଣା ଗହୀର ନାମକ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା କରିଛି। ଅଭିଯୋଗକାରିଣୀଙ୍କ ଘର ଭସ୍ମା ଥାନା ରାଇବଗା ଅଞ୍ଚଳରେ।
ଗତ ୧୭ ତାରିଖରେ ଅଭିଯୋଗକାରୀ ମହିଳାଙ୍କ ବାପା ତୁଳାରାମଙ୍କୁ ଯୋଗେଶ ସିଂ ଓ ତାଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ତୁଳାରାମ ଏବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପରିବାର ଲୋକେ ପ୍ରତିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ତେବେ ଏହି ପ୍ରସଙ୍ଗରେ ଯୋଗେଶ ସିଂ କହିଛନ୍ତି-“ଥାନାରେ ହୋଇଥିବା ଏଫ୍ଆଇଆର ସଂପର୍କରେ ମୁଁ ଜାଣିନାହିଁ। ଘଟଣା ଦିନ ମୁଁ ସେଠାରେ ଉପସ୍ଥିତ ନଥିଲି।”
from Odisha Reporter http://bit.ly/2ZFZuLM
No comments:
Post a Comment