ପରାଜୟ ଭୟରେ ବୁଥ ଜବରଦଖଲକୁ ଶେଷଅସ୍ତ୍ର କରିଛି ବିଜେଡି, ସାନି ମତଦାନ ଦାବି କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ପରାଜୟ ଭୟରେ ବୁଥ ଜବରଦଖଲକୁ ଶେଷଅସ୍ତ୍ର କରିଛି ବିଜେଡି, ସାନି ମତଦାନ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଶାସକ ବିଜେଡିକୁ ଏବେ ପରାଜୟର ଭୟ ଘାରିଛି। ବୁଥ୍ ଜବରଦଖଲ ଓ ରିଗିଂକୁ ଶେଷ ଅସ୍ତ୍ର ଭାବେ ବିଜେଡି ଉପଯୋଗ କରୁଛି। ଗତକାଲି ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀ ଓ ନିର୍ବାଚନ ଦାୟିତ୍ୱରେ ଥିବା କିଛି ସରକାରୀ ଅଧିକାରୀ ମତଦାନକୁ ପ୍ରଭାବିତ କରିଛନ୍ତି।” ତେଣୁ ସେସବୁ ବୁଥରେ ସାନି ମତଦାନ କରିବା ସହ ସେହି ବୁଥରେ ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀଙ୍କ ବେନିୟମ କାର୍ଯ୍ୟ ପାଇଁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଆଜି ଦାବି କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ବିଜେଡିର ହିଂସା ଓ ବୁଥ ଜବରଦଖଲ ସମ୍ପର୍କରେ ତଥ୍ୟ ପ୍ରମାଣ ପ୍ରଦାନ କରିଛି। ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟର ସବୁଆଡେ ଏବେ ବୋହୁଥିବା ପ୍ରତିକୂଳ ହାୱାକୁ ବିଜୁ ଜନତା ଦଳ ସାମ୍ନା କରିପାରୁନି। ସେଥିପାଇଁ ବିଜେଡି ନିର୍ବାଚନୀ ହିଂସା, ରାଜନୀତିକ ହତ୍ୟାକାଣ୍ଡ, ବୁଥ ରିଙ୍ଗି, ବୁଥ କ୍ୟାପଚରିଙ୍ଗ ବାଟକୁ ଆପଣେଇଛି। ଗତକାଲି ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ମତଦାନ ବେଳେ ଶାସକ ଦଳର ଗୁଣ୍ଡା ଏବଂ ସ୍ଥାନୀୟ ବିଧାୟକ ଉମା ସାମନ୍ତରାୟଙ୍କ ସମର୍ଥକମାନଙ୍କ ଦ୍ୱାରା ୬ରୁ ଅଧିକ ବୁଥରେ ରିଗିଂ, ବୁଥ କ୍ୟାପଚରିଙ୍ଗ, ବିଜେପି ଏଜେଣ୍ଟକୁ ମାଡ ଓ ବିଜେପିର ଗାଡ଼ି ଭଙ୍ଗାରୁଜା କରାଯାଇଛି। ଏପରିକି ସେଠାକାର ପୋଲିଂ ଅଫିସର ଶାସକ ଦଳର ଏହି ବେନିୟମ କାର୍ଯ୍ୟକୁ ସମର୍ଥନ କରିବା ସହ ଓଲଟି ବିଜେପିର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ରଙ୍କ ନାଁରେ ମିଛ ମକଦ୍ଦମା ରୁଜୁ କରିବା ଭଳି ଅସମ୍ବିଧାନିକ କାମ କରିଛନ୍ତି।

ସତ୍ୟବାଦୀର ବିଧାୟକ ଶ୍ରୀ ସମାନ୍ତରାୟଙ୍କ ନିଜ ଗାଁ ଦୋଛିଆଁ(୧୦୧ନମ୍ବର ବୁଥ)ରେ ବିଜେପିର ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବଙ୍କୁ ଶାସକ ଦଳର ଗୁଣ୍ଡାମାନେ ମାଡ଼ ମାରିବା ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଛନ୍ତି। ସେହିପରି ଵୀରକେଶରପୁରର ୭୮ ନମ୍ବର ବୁଥରେ ବିଜେପିର ବୁଥ ଏଜେଂଟଙ୍କୁ ଆକ୍ରମଣ କରାଯାଇଛି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୭୮, ୯୦, ୧୦୧, ୧୦୭, ୧୦୮,୧୦୯ ରେ ସାନି ମତଦାନ ପାଇଁ ବିଜେପି ଦାବି କରିଛି।

ସେହିପରି ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର କମାଶାସନ ଅଞ୍ଚଳରେ ଥିବା ବୁଥ୍ ନମ୍ବର ୨୨୨ରେ ଭୋଟରମାନେ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଚାହୁଁଥିବାବେଳେ ତାଙ୍କୁ କାର୍ଯ୍ୟରତ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଫିସରମାନେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଯାଇ ପଦ୍ମ କାମ କରୁନି ଶଙ୍ଖରେ ଚିହ୍ନରେ ଦିଅ କହି ଶଙ୍ଖ ଚିହ୍ନରେ ବଟନ୍ ଦବାଇ ଦେଇଥିଲେ। ଅଫିସରମାନେ ଭୋଟରଙ୍କୁ ଜବରଦସ୍ତି ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସର୍ବମାଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ। ଯାହାର ଭିଡିଓ ଏବଂ ଅଡିଓକୁ ବୈଦ୍ୟୁତିକ ଏବଂ ଡିଜିଟାଲ ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ତେଣୁ ସେହି ବୁଥ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ସୁରଥ ବିଶ୍ୱାଳ, ରଞ୍ଜନ ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ।



from Odisha Reporter http://bit.ly/2DyolHR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages