ବିଜେଡି ଛାଡ଼ିଲେ ରବି ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ବିଜେଡି ଛାଡ଼ିଲେ ରବି ପାଣି

rabinana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସ ଯାଇ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି  ଇସ୍ତଫା ଦେଇଥିବା କହିଛନ୍ତି।

ସେ ଦଳର ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେ।

୨୦୦୯ରୁ ୨୦୧୪ ଯାଏ ରବି ନାରାୟଣ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

ରବି ପାଣି ଏଥର ପାଲଲହଡ଼ାରୁ ଟିକେଟ୍ ପାଇଁ ଆଶାୟୀ ଥିଲେ। ଦଳ ତାଙ୍କୁ ୨୦୧୪ରେ ଟିକେଟ୍ ଦେଇ ନଥିଲା କି ଏଥର ବି ଦେଇ ନାହିଁ। ୨୦୧୪ରେ ଦଳ ତାଙ୍କ ବଦଳରେ ମହେଶ ସାହୁଙ୍କୁ ଟିକେଟ୍ ଦେଇଥିଲା। ମହେଶ ଏଥର ବିଜେଡି ଟିକେଟ୍‌ରେ ଢେଙ୍କାନାଳ ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଦଳ ସୁକେଶ ପାଲ୍‌ଙ୍କୁ ପାଲଲହଡ଼ାରୁ ପ୍ରାର୍ଥୀ କରିଛି।

 



from Odisha Reporter http://bit.ly/2FTdb0G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages