ଚାକିରି ନ ମିଳିବା ଯାଏ ମାସିକ ୩୦୦୦ ଟଙ୍କାର ବେକାରୀ ଭତ୍ତା ଦେବ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଚାକିରି ନ ମିଳିବା ଯାଏ ମାସିକ ୩୦୦୦ ଟଙ୍କାର ବେକାରୀ ଭତ୍ତା ଦେବ କଂଗ୍ରେସ

cngress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଦଳ ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଇଛି।

ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ ରାଜ୍ୟରେ ସରକାର ଗଢ଼ିଲେ ଗରିବଙ୍କୁ ୬ ହଜାର ଟଙ୍କାର ଆୟର ଗ୍ୟାରେଣ୍ଟି ଦେବ। ଏହି ୬ ହଜାର ଟଙ୍କା ଘରର ମହିଳା ସଦସ୍ୟଙ୍କ ଆକାଉଣ୍ଟରେ ରହିବ।

ଦଳ ପ୍ରତିଶ୍ରୁତି ଦେଇଛି, ପ୍ରତି ପରିବାରର ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ଚାକିରି ନ ମିଳିବା ଯାଏ ଯୁବକମାନଙ୍କୁ ମାସିକ ୩ ହଜାର ଟଙ୍କାର ବେକାରୀ ଭତ୍ତା ପ୍ରଦାନ କରାଯିବ।

ଚାଷୀମାନଙ୍କ ପାଇଁ ବି ଯୋଜନା ରଖିଛି କଂଗ୍ରେସ। ରାଜ୍ୟରେ ସରକାର ଗଢ଼ିଲେ ଦଳ ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ। ଋଣ ପରିଶୋଧ କରି ସାରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ କରାଯିବ। ସବୁ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ। ତା’ସହିତ ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ୍‌ ଶୁଳ୍କ ଛାଡ଼ କରାଯିବ। ଧାନର ଏମ୍‌ଏସ୍‌ପି ଦର କ୍ୱିଣ୍ଟାଲ ପିଛା ୨୬ ଶହ ଟଙ୍କା କରାଯିବ। ତା’ସହିତ ୩ ବର୍ଷ ଯାଏ ଚାଷୀଙ୍କୁ ପ୍ରତିବର୍ଷ ସ୍ୱତନ୍ତ୍ର ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ଭାଗ ଚାଷୀଙ୍କୁ ସେମାନଙ୍କ ଅଧିକାର ଦେବାକୁ କଥା ଦେଇଛି କଂଗ୍ରେସ।

ଏହା ସହିତ ଦଳ ଆହୁରି କହିଛି, ପ୍ରତ୍ୟେକ ଭୂମିହୀନ ପରିବାରକୁ ଜମି ସହିତ ୨୦୨୪ ସୁଦ୍ଧା ସମସ୍ତ ବାସହୀନଙ୍କୁ ଘର ଯୋଗାଇ ଦିଆଯିବ।

ଦଳ କହିଛି, ବିଧବା ମହିଳାଙ୍କୁ ୨ ହଜାର ଟଙ୍କାର ପେନ୍‌ସନ୍ ଦିଆଯିବ। ୮୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମାସିକ ୨ ହଜାର ଟଙ୍କାର ପେନ୍‌ସନ୍ ଦିଆଯିବ। ସଂସଦ ଓ ବିଧାନସଭା ସହିତ ସରକାରୀ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏହା ସହିତ ସବୁ ସ୍ତରରେ ଝିଅ ଓ ମହିଳାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯିବ। ଗରିବ ଝିଅଙ୍କ ବାହାଘରରେ ସହାୟତା ପ୍ରଦାନର ମଧ୍ୟ ପ୍ରତିଶ୍ରୁତି ଦେଇଛି ଦଳ।

ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ନିୟମିତ କରାଯିବା ସହିତ ମାସିକ ୯ ହଜାର ଟଙ୍କା ଦରମା ଦିଆଯିବ।
ରାଜ୍ୟ ବଜେଟରେ ଶିକ୍ଷା ପାଇଁ ୨୦ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ଓ ଶିକ୍ଷା ଅଧିକାରକୁ ଦ୍ୱାଦଶ ଶ୍ରେଣୀ ଯାଏ ଲାଗୁ କରିବାକୁ ନିର୍ବାଚନୀ ଇସ୍ତାହାରରେ ଦଳ ଘୋଷଣା କରିଛି। ସେହିପରି ଶିକ୍ଷକଙ୍କୁ ଜାତୀୟ ହାରରେ ଦରମା ଦେବାକୁ କଥା ଦେଇଛି କଂଗ୍ରେସ।

ରାଜ୍ୟରେ କ୍ଷମତାକୁ ଆସିବାର ୬ ମାସ ମଧ୍ୟରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଟଙ୍କା ଫେରାଇ ଦିଆଯିବ ବୋଲି ଦଳ ଏହାର ନିର୍ବାଚନୀ ଇସ୍ତାହାରରେ କହିଛି। ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସହିତ ୨୦୨୪ ସୁଦ୍ଧା ଦାଦନ ସମସ୍ୟାର ସମାଧାନ ଭଳି ବହୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ଦଳ।



from Odisha Reporter http://bit.ly/2YNqxEi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages