ରାଜସ୍ଥାନ ବିପକ୍ଷରେ କାମ ଦେଲା ଧୋନିଙ୍କ ରଣନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ରାଜସ୍ଥାନ ବିପକ୍ଷରେ କାମ ଦେଲା ଧୋନିଙ୍କ ରଣନୀତି

ଚେନ୍ନାଇ: ରବିବାର ଆଇପିଏଲ୍‌ ୨୦୧୯ର ଏକ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ୮ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ୭୫ ଓ ଡ୍ୱେନ୍‌ ବ୍ରାଭୋଙ୍କ ଶେଷ ଭାଗରେ ଚମତ୍କାର ବୋଲିଂ ଯୋଗୁ ଚେନ୍ନାଇ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ସେହିପରି ରାଜସ୍ଥାନ ହ୍ୟାଟ୍ରିକ୍‌ ପରାଜୟ ବରଣ କରିଛି।

ଚେପକ ଷ୍ଟାଡିୟମରେ ଧୋନିଙ୍କ ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୨୭ ରନ୍‌ରେ ଦଳର ୩ ଜଣ ବ୍ୟାଟସ୍‌ମ୍ୟାନ୍‌ ପ୍ୟାଭିଲିୟନ୍‌ ଫେରିଯାଇଥିଲେ। ତେବେ ଧୋନି ଓ ସୁରେଶ ରାଇନା ହିଁ ସ୍ଥିତି ସମ୍ଭାଳିଥିଲେ।

ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୭୫ ରନ୍‌ରେ ପହଞ୍ଚାଇଥିଲେ। ପ୍ରଥମ ୧୩ ବଲ୍‌ରେ ୧୦ ରନ୍‌ କରିଥିବା ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ୪୬ଟି ବଲ୍‌ରେ ୭୫ ରନ୍‌ କରିଥିଲେ। ରାଇନା ୩୬ ଓ ବ୍ରାଭୋ ୨୭ ରନ୍‌ କରି ଧୋନିଙ୍କୁ ଭରପୂର ସହଯୋଗ କରିଥିଲେ। ୧୭୬ ରନ୍‌ର ଟାର୍ଗେଟ ପିଛା କରୁଥିବା ରାଜସ୍ଥାନ ମାତ୍ର ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ରାଜସ୍ଥାନ ପକ୍ଷରୁ ବେନ ଷ୍ଟୋକ୍ସ ୨୬ ବଲ୍‌ରେ ୪୬ ରନ୍‌ କରିଥିଲେ। ଶେଷ ଓଭର୍‌ରେ ରାଜସ୍ଥାନକୁ ଜିତିବା ପାଇଁ ୧୨ ରନ୍‌ ଦରକାର ଥିବା ବେଳେ ଦଳ ମାତ୍ର ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ମ୍ୟାଚ୍‌ ପରେ ଧୋନି ତାଙ୍କ ରଣନୀତି ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, “ ମୁଁ ଯେଉଁ ସମୟରେ ବ୍ୟାଟିଂ କରିବାକୁ ଆସିଲି, ସେତେବେଳେ ଏକ ଭାଗିଦାରୀର ଆବଶ୍ୟକ ରହିଥିଲା। ଆମେ ଜାଣିଥିଲୁ ମ୍ୟାଚ୍‌ ବଢ଼ିବା ସହ କାକର ମଧ୍ୟ ପଡ଼ିବ। ତେଣୁ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ବ୍ୟାଟିଂ କରିବାକୁ ସୁବିଧା ହେବ। ଆମେ ଚିନ୍ତା କରିଥିଲୁ, ଏବେ ଭଲ ଭାଗିଦାରୀ ହେଲେ ଶେଷ ଓଭର୍‌ ଗୁଡ଼ିକରେ ବଡ଼ ଶଟ୍‌ ଖେଳିବାର ସୁଯୋଗ ରହିବ। ସେହି ଅନୁସାରେ ଆମେ ରଣନୀତି କରିଥିଲୁ। ଏହାକୁ ଠିକ୍‌ ଭାବେ ମଧ୍ୟ ସମ୍ପାଦନ କଲୁ। ଭାଗିଦାରୀ ପାଇଁ ଆମେ ଆରମ୍ଭରୁ ଧିମା ପ୍ରଦର୍ଶନ କରିଥିଲୁ।”

ମିଚେଲ୍‌ ସାଣ୍ଟନରଙ୍କୁ କାହିଁକି ଚୂଡ଼ାନ୍ତ ଏକାଦଶରେ ରଖାଗଲା, ତା’ର ଉତ୍ତର ଦେଇ ଧୋନି କହିଛନ୍ତି, “ଆମ ପାଖରେ ସ୍ଥିର ପ୍ରଦର୍ଶନ କରୁଥିବା ଚୂଡ଼ାନ୍ତ ଏକାଦଶ ରହିଥିଲା। ପ୍ରତିପକ୍ଷ ଦଳରେ ବାମହାତୀ ବ୍ୟାଟସ୍‌ମ୍ୟାନ୍‌ଙ୍କ ସଂଖ୍ୟା କମ୍‌ । ତେଣୁ ଆମେ ମିଚେଲ୍‌ ସାଣ୍ଟନରଙ୍କୁ ଏକ ସୁଯୋଗ ଦେଇଥିଲୁ। ଟୁର୍ଣ୍ଣାମେଣ୍ଟ ଆଗକୁ ଯେତେ ଯିବ, ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ମଧ୍ୟ ହେବ। ମ୍ୟାଚ୍‌ରେ କାକର ପଡ଼ୁଥିବାରୁ ଜାଡେଜା ଓ ସାଣ୍ଟନର ଗ୍ରିପ୍‌ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତଥାପି ସବୁ ଖେଳାଳି ଯୋଜନା ଅନୁସାରେ ଠିକ୍‌ ପ୍ରଦର୍ଶନ କରିଛନ୍ତି।”



from Odisha Reporter https://ift.tt/2UnNHBS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages