କିଡ୍‌ଜ୍ ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ର ନିଆରା ଗ୍ରାଜୁଏସନ ଡେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

କିଡ୍‌ଜ୍ ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ର ନିଆରା ଗ୍ରାଜୁଏସନ ଡେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନି କୁନି ଶିଶୁମାନଙ୍କ ପାଇଁ ଭୁବନେଶ୍ୱର ଶୈଳଶ୍ରୀବିହାର ଠାରେ ଥିବା କିଡ୍‌ଜ୍‌ ବ୍ଲୁମଇଙ୍ଗ୍‌ଡିଲ୍ସ୍‌ ପ୍ଲେ ସ୍କୁଲ୍‌ରେ ଗ୍ରାଜୁଏଶନ ଡେ’ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପ୍ଲେ ସ୍କୁଲ୍‌ ସ୍ତରରୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନିତ ହେଉଥିବା କୁନି କୁନି ପିଲାଙ୍କୁ ଉତ୍ସାହିତ କରିବା ପାଇଁ କିଡ୍‌ଜ ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ ପକ୍ଷରୁ ଏହି ସ୍ୱତନ୍ତ୍ର ଆୟୋଜନ କରାଯାଉଛି ବୋଲି ଏହାର ଅଧ୍ୟକ୍ଷା ସବିତା ପଟ୍ଟନାୟକ କହିଛନ୍ତି।

ଚଳିତ ବର୍ଷ ଏହି ଅବସରରେ ୨ ରୁ ୪ ବର୍ଷ ବୟସର ଛୋଟ ଛୋଟ ପିଲାଙ୍କ ମଧ୍ୟରେ ନୃତ୍ୟୁ, ଗୀତର ଆସର ଆୟୋଜନ କରାଯାଇଥିଲା। ଏଥିରେ କିଡ୍‌ଜ୍‌ ବ୍ଲୁମଇଙ୍ଗ୍‌ଡିଲ୍ସ୍‌ ସହାୟତାରେ ଚନ୍ଦକା ଗୋଡିବାରୀ ଗାଁରେ ଚାଲୁଥିବା ଆଦିବାସୀ ଶିଶୁ ବିଦ୍ୟାଳୟ ‘ବୁଗିଲ୍‌ ହୋ’ ର ଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସାମାଜିକ କର୍ମୀ, ସୁଲତା ଦେଓ, ଶୁଭଶ୍ରୀ ଦାସ, ସୁଚିସ୍ମିତା ପୃଷ୍ଟି, ବରିଷ୍ଠ ସାମ୍ବାଦିକା ପ୍ରାଚୀତାରା ମିଶ୍ର, ସମ୍ବାଦିକା ଅନ୍ୱେଷା ଅମ୍ବାଲୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ କିଣ୍ଡେରଗାର୍ଡେନ୍‌କୁ ଉନ୍ନୀତ ହୋଇଥିବା ୨୦ ଜଣ କୁନି ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ ସମ୍ମାନ ପ୍ରଦାନ କରାଯାଇଥିଲା।



from Odisha Reporter https://ift.tt/2JV1lIw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages