
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ଲାଲୁ ଯାଦବଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା କପିଲ ସିବଲ କୋର୍ଟରେ ପକ୍ଷ ରଖିଥିଲେ। ସେ କହିଥିଲେ ଲାଲୁ ଜେଲ ଦଣ୍ଡାଦେଶ ପାଇ ବେଲରେ ଗଲେ ଅସୁବିଧା କ’ଣ ହେବ, ସେ ବେଲରେ ଗଲେ ଲୁଚିବେ ନାହିଁ, ତାଙ୍କ ଦ୍ବାରା ହୋଇଥିବା ଆବେଦନକୁ ଝାରଖଣ୍ଡ ହାଇକୋର୍ଟ ଶୁଣୁନଥିବା ଆଇନଜୀବୀ କପିଲ ସିବଲ ନିଜ ଯୁକ୍ତିରେ ଦର୍ଶାଇଥିଲେ।
ଏହାପରେ ସିବିଆଇ କୋର୍ଟରେ ପକ୍ଷ ରଖି କହିଥିଲା ଲାଲୁ ଏବେ ଜାମିନରେ ଗଲେ ନିର୍ବାଚନ ବେଳେ ରାଜନୀତିରେ ସାମିଲ ହେବେ। ତେଣୁ ତାଙ୍କୁ ଜାମିନ ପ୍ରଦାନ କରାନଯାଉ।
ପ୍ରଧାନ ବିଚାରପତି ଏହାପରେ ଉଭୟ ପକ୍ଷଙ୍କ ଶୁଣାଣି କରି କହିଥିଲେ ଲାଲୁ ବେଲରେ ଗଲେ କୌଣସି ଅସୁବିଧା ନାହିଁ, ହେଲେ ଏବେ ସେ ଦୁର୍ନୀତି ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି। ଝାରଖଣ୍ଡ ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟ ସମ୍ମାନ ଜଣାଉଛି ବୋଲି ପ୍ରଧାନ ବିଚାରପତି କହିଥିଲେ। ଏହାପରେ ଜାମିନ ଆବେଦନକୁ ଖାରଜ କରିଦିଆଯାଇଛି।
ଝାରଖଣ୍ଡ ହାଇକୋର୍ଟ ଲାଲୁ ଯାଦବଙ୍କ ଜାମିନ ଆବେଦନକୁ ଜାନୁଆରୀ ମାସରେ ଖାରଜ କରିଦେଇଥିଲେ। ଏହାପରେ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆରଜେଡ଼ି ସୁପ୍ରିମୋ।
ତେବେ ସିବିଆଇ ସତ୍ୟପାଠ ଜରିଆରେ କୋର୍ଟରେ ଦର୍ଶାଇଛନ୍ତି ଯେ ଲାଲୁ ଯାଦବ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହେଲେ ସେ ବାରମ୍ବାର ସ୍ବାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ଏପରି କରୁଥିବା ସିବିଆଇ ଦର୍ଶାଇଛି।
from Odisha Reporter http://bit.ly/2P54FQw
No comments:
Post a Comment