
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସଙ୍ଗଠନର ସଦସ୍ୟମାନେ ବ୍ୟାରିକେଡ୍ ଭାଙ୍ଗି ସିଇଓଙ୍କ ଅଫିସ୍ ଘେରାଉ କରିବାକୁ ଉଦ୍ୟମ କଲାବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ଚାଷୀମାନେ ସିଇଓଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ପୁଲିସ୍ ଶତାଧିକ ଚାଷୀଙ୍କୁ ଅଟକ ରଖିଛି।
ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି,“ବିଜେଡି ସରକାର ଚାଷୀ ମାରଣ ନୀତି ଅବଲମ୍ବନ କରିଛି। ଆମେ ଏହାକୁ ବରଦାସ୍ତ କରିବୁନି। ଚଳିତ ନିର୍ବାଚନରେ ଆମେ ତାଙ୍କୁ ଏହା ଜଣାଇ ଦେବୁ।”
ସେ କହିଛନ୍ତି,“ଚାଷୀର ମତକୁ କାହିଁକି ସମ୍ମାନ ଦିଆଯାଉନାହିଁ? ୫ ବର୍ଷ ଧରି ଚାଷୀର ମତକୁ ସମ୍ମାନ ମିଳୁ ନଥିବା ବେଳେ ଗୋଟିଏ ଦିନ କାହିଁକି ଭୋଟ୍ ଦେବାକୁ ଯିବୁ ବୋଲି ଆମେ ସିଇଓଙ୍କୁ ପଚାରିବାକୁ ଆସିଥିଲୁ।”
from Odisha Reporter http://bit.ly/2uWhC5J
No comments:
Post a Comment