ଧୋତି-ସାର୍ଟକୁ ନାଲି ଗାମୁଛା…ଖାଣ୍ଟି ପୁରୀ ବେଶରେ ଚାଲିଛି ସମ୍ବିତଙ୍କ ପ୍ରଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଧୋତି-ସାର୍ଟକୁ ନାଲି ଗାମୁଛା…ଖାଣ୍ଟି ପୁରୀ ବେଶରେ ଚାଲିଛି ସମ୍ବିତଙ୍କ ପ୍ରଚାର

ପୁରୀ (ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ପୁରୀ। ନିର୍ବାଚନୀ ପ୍ରଚାରରେ ପଡୁଛି ଉଠୁଛି ଅଞ୍ଚଳ। ପୋଷ୍ଟର, ବ୍ୟାନର ମାଳରେ ରଙ୍ଗୀନ ଦିଶୁଛି ଗାଁଠୁ ସହର। ପାନ ଦୋକନରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ସବୁଠି ଆଲୋଚନା… କିଏ ଜିତିବ ? ପୁରୀ ଲୋକସଭା ଆସନରେ ଏଥର ହେଉଛି ୧୭ତମ ନିର୍ବାଚନ। ହେଲେ ନିର୍ବାଚନକୁ ନେଇ ଏଥର ପାଣିପାଗ ଯେପରି ଗରମ ଅଛି ଆଗରୁ କେବେ ଏମିତି ହୋଇ ନ ଥିଲା। ଗତ ୫ଟି ନିର୍ବାଚନରେ ଭୋଟର ଆଖିବୁଜି କହି ଦେଉଥିଲେ ବିଜେଡି ହିଁ ଜିତିବ । ପ୍ରତିଥର ବିଜାଡି ଜିତୁଥିଲା ଏବଂ ବିପୁଳ ବ୍ୟବଧାନରେ ଜିତୁଥିଲା। ହେଲେ ଏଥର ରାଜନୈତିକ ସମୀକ୍ଷକମାନେ ବି ଦ୍ୱନ୍ଦ୍ୱରେ ପଡୁଛନ୍ତି। ଭରସି କହିପାରୁ ନାହାନ୍ତି କିଏ ଜିତିବ। ଏଠିକାର ସ୍ଥିତି ବି ସେମିତି। ପୁରୀ ଆସନ ହାତେଇବା ପାଇଁ ତିନି ପ୍ରମୁଖ ଦଳ ଜୀ-ଜାନ ଲଗେଇ ଦେଇଛନ୍ତି।

ଅନେକ ଦିନ ଯାଏ ଶୁଣିବାକୁ ମିଳୁଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ଛିଡ଼ା ହେବେ। ଶେଷ ମୁହୂର୍ତ୍ତରେ ସେ ଏହି ନିଷ୍ପତିରୁ ସିନା ଓହରିଗଲେ ହେଲେ ଜଣେ ଜାତୀୟ ସ୍ତରର ନେତା ସମ୍ବିତ ପାତ୍ରଙ୍କୁ ଏଠାରେ ଛିଡ଼ା କରାଇଲେ। କଥା କହିବାରେ ଏବଂ କଥା କହି ମନ ମୋ଼ହିବାରେ ଏକଦମ୍‌ ମାହିର। ଗେଟ୍‌ଅପ ବି ସେମିତି ଆପଣେଇ ନେଇଛନ୍ତି। ଧୋତି-ସାର୍ଟ ସାଙ୍ଗକୁ ନାଲି ଗାମୁଛା। ତା ସାଙ୍ଗକୁ ମଥାରେ ଚନ୍ଦନ ଗାରକୁ ସିନ୍ଦୁର ଟୋପା। ଦେଖିଲେ ଯେ କେହି କହିବ ଖାଣ୍ଟି ପୁରୀ ଟୋକା…। ଭାଷନ୍ତି ବି ସେମିତି।

କଥା କଥାରେ ବାରମ୍ବାର କୁହନ୍ତି ‘ମୋର କ’ଣ ଅଛି ଆଜ୍ଞା ! ନବୀନ ପଟ୍ଟନାୟକଙ୍କ ପରି ମୋର ଟଙ୍କା ନାହିଁ….ପିନାକୀ ମିଶ୍ରଙ୍କ ପରି ମୋର ଟଙ୍କା ନାହିଁ..ଖଣ୍ଡେ ଧୋତି..ଖଣ୍ଡେ ସାର୍ଟ ଆଉ ଏଇ ନାଲି ଗାମୁଛା ପିନ୍ଧି ଚାଲି ଆସିଛି …। ଜଗନ୍ନାଥ ଡାକିଲେ….ମୋଦି ପଠେଇଲେ..।’

ପ୍ରଚାର ବେଳେ କାହା ଘରକୁ ପଶି ଯାଆନ୍ତି। କାହାଘରେ ବସି ପଖାଳ ଖାଇ ଦିଅନ୍ତି। ବୟସ୍କଙ୍କୁ ଦେଖିଲେ ପାଦ ଧରି ମୁଣ୍ଡିଆ ମାରି ଦଅନ୍ତି।
କେଉଁ ଗାଁରେ ପୋଖରୀ ଦେଖିଲେ ସେଠି ଗାଧୋଇ ପଡ଼ନ୍ତି। ଏମିତି କରି ଓଡ଼ିଆ ଭୋଟରଙ୍କ ମନରେ ନିଜ ପାଇଁ ଜାଗାଟେ ତିଆରି କରି ଦେଇଛନ୍ତି ସମ୍ବିତ୍‌ ପାତ୍ର।

ତା’ ଛଡା ଜନମତ ସର୍ଭେକୁ ଦେଖିଲେ ଯାହା ଜଣା ପଡେ ସତ୍ୟବାଦୀ, ବ୍ରହ୍ମଗିରିରେ ବିଜେପିର ସ୍ଥିତି ଭଲ। ପିପିଲିରେ ମହାରଥୀ ବିରୋଧୀ ସ୍ରୋତ ଯେମିତି ବହୁଛି ବିଜେପି ସ୍ଥିତି ଭଳ ଥିବା ରାଜନୈତିକ ସମୀକ୍ଷକଙ୍କ ମତ। ପୁରୀ ସଦରରେ ମହେଶ୍ୱର ମହାନ୍ତିଙ୍କ ସ୍ଥିତି ଭଲ ଥିଲେ ମଧ୍ୟ ପିନାକୀ ବିରୋଧୀ ହାୱା ବହୁଥିବା ଲକ୍ଷ୍ୟ କରାଯାଉଛି। ଚିଲିକାରେ ବିଜେପି ସ୍ଥିତି ଭଲ ଥିଲେ ମଧ୍ୟ ରଣପୁର, ନୟାଗଡରେ ଫାଇଟିଂ ମୁଡରେ ଅଛନ୍ତି ଦୁଇ ଦଳ।

ଏକଥା ଅବଶ୍ୟ ସତ ଯେ, ସମ୍ବିତ୍‌ ପାତ୍ର ଏକ ରାଷ୍ଟ୍ରୀୟ ଚେହେରା ହୋଇ ମଧ୍ୟ ଖୁବ୍‌ କମ୍‌ ଦିନରେ ପୁରୀ ଭୋଟରଙ୍କ ମନରେ ଏକ ଧାରଣା ସୃଷ୍ଟି କରି ଦେଲେଣି ଯେ ‘ମୁଁ ଏଠି ବିଦେଶୀ ନୁହେଁ।’ ସେ ଜିତନ୍ତୁ ବା ହାରନ୍ତୁ…ତାଙ୍କର ଏଇ ଓଡ଼ିଆ ଭାବ ପାଇଁ ପୁରୀ ଲୋକ ତାଙ୍କୁ ମନେ ରଖିବେ।

ସମ୍ବିତ ପାତ୍ର ଜାଣନ୍ତି, ପୁରୀ ନବୀନଙ୍କ ଗଡ। ସେ ଏଠାରେ ନୂଆ। ଏଠି ଲୋକଙ୍କ ମନରୁ ନବୀନଙ୍କ ଭାବମୂର୍ତ୍ତି ହଟେଇବା ଏତେ ସହଜ ନୁହେଁ। ଏଥିପାଇଁ ବହୁ କସରତ କରିବାକୁ ପଡ଼ିବ। ଅମିତ୍‌ ସାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବହୁ ହେବି ୱେଟ ପୁରୀ ଆସୁଛନ୍ତି ବିଜେଡି ହାୱାକୁ ହଟେଇବା ପାଇଁ । ସମ୍ବିତ ତାଙ୍କର ଏହି ମିଶନରେ ଅବଶ୍ୟ କିଛି ମାତ୍ରାରେ ସଫଳ ହୋଇଛନ୍ତି। ତେବେ ନୂଆ ହୋଇଥିବାରୁ ଗ୍ରାମାଞ୍ଚଳରେ ସମ୍ବିତଙ୍କ ପ୍ରଚାର ବେଶି ନାହିଁ। ସେମାନେ ସମ୍ବିତଙ୍କୁ ଜାଣନ୍ତି ନାହିଁ।

ସମସ୍ତେ ଜାଣନ୍ତି ନବୀନ଼଼ ସରକାରକୁ। ଯିଏ ତାଙ୍କୁ ଛତା, ଜୋତା ଯୋଗାଇ ପାରିଛି। ଟଙ୍କିକିଆ ଚାଉଳ ଦେଇ ପାରିଛି ତାଙ୍କୁ ।
ବିଜେଡି ଏଠାରେ ପ୍ରାର୍ଥୀ କରିଛି ପିନାକୀ ମିଶ୍ରଙ୍କୁ। ଥରେ କଂଗ୍ରେସରୁ ସାଂସଦ ହେଇଥିଲେ ପିନାକୀ । ତା ପରେ ବାରମ୍ବାର ହାରିଥିଲେ। ଶେଷରେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ । ୨୦୦୯ ଓ ୨୦୧୪ରେ ବିଜେଡି ଟିକଟରେ ଲଢି ଜିତି ଆସିଛନ୍ତି। ରୁହନ୍ତି ଦିଲ୍ଲୀରେ। କାମ ବି ଦିଲ୍ଲୀରେ। ନିର୍ବାଚନ ପାଖେଇ ଆସିଲେ କେବଳ ପୁରୀ ଆସନ୍ତି। ଦିଲ୍ଲୀ ଠାଣିରେ ପ୍ରଚାର କରନ୍ତି। କେହି ତାଙ୍କ ଚେହେରା ଦେଖନ୍ତିନି। କେହି ତାଙ୍କର ଭାଷଣ ଶୁଣନ୍ତିନି। ନିର୍ବାଚନ ପରେ ବି ତାଙ୍କୁ ଖୋଜିଲେ କେହି ପାଆନ୍ତି ନାହିଁ। ତଥାପି ସେ ନିର୍ବାଚନ ଜିତନ୍ତି। ପୁଣି ବିପୁଳ ବ୍ୟବଧାନରେ। ତେବେ ଏକଥା ପ୍ରତ୍ୟେକ ସଚେତନ ଭୋଟର ଦୃଢତାର ସହ କହି ପାରିବେ ଯେ ପିନାକୀ ତାଙ୍କ ପ୍ରାର୍ଥିତ୍ୱ ପାଇଁ ଜିତନ୍ତି ନାହିଁ। ଜିତନ୍ତି ଚିହ୍ନକୁ ମାଧ୍ୟମ କରି।

ଏକ ଗରିବ ଚାଷୀ, ମୂଲିଆ ଅଶିକ୍ଷିତ, ଅର୍ଦ୍ଧ ଶିକ୍ଷିତ ଭୋଟର ଚିହ୍ନନ୍ତି ନବୀନ ସରକାରଙ୍କୁ ଯିଏ ତାଙ୍କୁ କମ୍ ପରିଶ୍ରମରେ ବଞ୍ଚିବାର ସୁବିଧା ଯୋଗାଇ ପାରିଛି। ଭୋଟରଙ୍କ ଏହି ଭାବପ୍ରବଣତାର ସୁଯୋଗ ନେଇ ହୁଏତ ପିନାକୀ ଏଥର ବି ଜିତି ଯାଇ ପାରନ୍ତି, କିନ୍ତୁ ସେଥିପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡିବ। ଆଉ ଏଥର ବିଜୟରେ ଭୋଟ୍‌ର ସେଇ ବିପୁଳ ବ୍ୟବଧାନ ବି ରହିବ ନାହିଁ। ‘ପିନାକୀ ହାରି ଯାଇ ପାରନ୍ତି’ ଏପରି ଆଶଙ୍କା ମଧ୍ୟ ରହିଛି।
ତେବେ ଏହାର ଭାଗଫଳ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଁ ଜଣାପଡ଼ିବ।



from Odisha Reporter http://bit.ly/2PeA8j7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages