ଏମିତି ଛକା ମାର, ମୋଦି ଭାରତ ବାହାରେ ହଜି ଯିବେ: ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଏମିତି ଛକା ମାର, ମୋଦି ଭାରତ ବାହାରେ ହଜି ଯିବେ: ସିଦ୍ଧୁ

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁ ପୁଣି ଏକ  ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ଏଥରର  ବିବାଦୀୟ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ। ଭୋପାଳରେ କଂଗ୍ରେସ ପାଇଁ ପ୍ରଚାରରେ ଯାଇଥିବା ସିଦ୍ଧୁ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଯେବେ ମୁଁ ଯୁବକ ଥିଲି, ଛକା ମାରିବା ସମୟରେ ବଲ୍‌ ବାଉଣ୍ଡ୍ରି ପାର୍‌ ହୋଇ ଯାଉଥିଲା। ଭୋପାଳବାସୀ ମୋଠାରୁ ମଧ୍ୟ ବଳବାନ୍‌। ତେଣୁ ଏପରି ଛକା ମାର, ଯେପରି ମୋଦି ଭାରତ ବାହାରେ ପଡ଼ି ନିଶ୍ଚିହ୍ନ ହୋଇଯିବେ । ଆପଣଙ୍କର ଏହି ଛକା ମୋଦିଙ୍କୁ ଉଡ଼ାଇ ନେଇଯିବ।“
ଏପରି ମନ୍ତବ୍ୟ ଦେଇ ସିଦ୍ଧୁ ରାଜନୈତିକ ସ୍ତରରେ ସମାଲୋଚିତ ହୋଇଛନ୍ତି।

ଏହା ପୂର୍ବରୁ ମଧ୍ୟ ସିଦ୍ଧୁ ମୋଦିଙ୍କୁ କଟାକ୍ଷ କରି କହିଥିଲେ, “ମଶାକୁ କପଡ଼ା ପିନ୍ଧାଇବା,ହାତୀକୁ କୋଳରେ ନେବା ଯେପରି କଷ୍ଟ କାମ, ସେହିପରି କଷ୍ଟ ହେଉଛି ନରେନ୍ଦ୍ର ମୋଦିଙ୍କଠାରୁ ସତ କଥା ବାହାର କରିବା। “

ସୂଚନାଯୋଗ୍ୟ ଯେ, କଂଗ୍ରେସର ଷ୍ଟାର ପ୍ରଚାରକ ସିଦ୍ଧୁ ଧର୍ମକୁ ଆଧାର କରି ଭୋଟ ମାଗୁଥିବାରୁ ନିର୍ବାଚନ ଆୟୋଗ ୭୨ ଘଣ୍ଟା ପାଇଁ ତାଙ୍କ ତାଙ୍କ ପ୍ରଚାର ଉପରେ ରୋକ ଲଗାଇଥିଲେ। ବିହାରର କଟିହାରରୁ ମୋଦିଙ୍କୁ ହଟାଇବା ପାଇଁ ମୁସଲମାନମାନେ ଏକ ହୋଇ ଭୋଟ ଦେବା ପାଇଁ ସିଦ୍ଧୁ ପ୍ରଚାର କରି କହିଥିଲେ।

ନିର୍ବାଚନୀ ପ୍ରଚାର ସମୟରେ ସିଦ୍ଧୁ ସର୍ବଦା ମୋଦିଙ୍କୁ ଟାର୍ଗେଟ୍‌ କରି ଆସୁଛନ୍ତି। ସିଦ୍ଧୁ ତାଙ୍କର ଆଉ ଏକ ମନ୍ତବ୍ୟରେ କହିଥିଲେ, “ଦେଶରେ ବର୍ତ୍ତମାନ ତିନି ଜଣ ମୋଦି ରହିଛନ୍ତି, ନିରବ ମୋଦି, ଲଲିତ୍‌ ମୋଦି ଓ ଅନ୍ୟ ଜଣେ ନରେନ୍ଦ୍ର ମୋଦି। ଏମାନଙ୍କ ପାଇଁ ଦେଶରୁ ରୋଜଗାର ବନ୍ଦ ହୋଇଗଲା, କୃଷକ ସମସ୍ୟାରେ ପଡ଼ିଲେ ଏବଂ ଯୁବକମାନେ ମଧ୍ୟ  ନଷ୍ଟ ହୋଇଗଲେ। ଏପରି ସମୟରେ ଯଦି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ, ତେବେ ହିନ୍ଦୁସ୍ତାନ ନଷ୍ଟ ହୋଇଯିବ। “

ସିଦ୍ଧୁ ପ୍ରଚାରରେ ଯାଇଥିବା ଭୋପାଳରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ୍‌ ମେ ୧୨ ତାରିଖରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ସେଠାରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ସହିତ ବିଜେପି ନେତା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କର ଲଢ଼େଇ ହେବାକୁ ଯାଉଛି। ଏଥିପାଇଁ ସେଠାରେ ପ୍ରଚାର କାର୍ଯ୍ୟ ମଧ୍ୟ ଜୋରସୋର ଚାଲିଛି।



from Odisha Reporter http://bit.ly/2WepT13

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages