ପାକ୍‌ ଏଫ୍‌-୧୬କୁ ନେଇ ବଢ଼ିଲା ସସ୍‌ପେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ପାକ୍‌ ଏଫ୍‌-୧୬କୁ ନେଇ ବଢ଼ିଲା ସସ୍‌ପେନ୍ସ

ୱାଶିଂଟନ୍‌: ଭାରତ ବିରୋଧରେ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା କି ନାହିଁ, ତା’କୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଫେବୃଆରୀ ୨୭ରେ ଆମେରିକାଠାରୁ କିଣିଥିବା ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ନୂଆଦିଲ୍ଲୀ ପ୍ରମାଣ ସହ ଉପସ୍ଥାପନ କରିଥିଲା।

ଏପରି କି ଏହି ଏଫ୍‌-୧୬ ଯୁଦ୍ଧ ବିମାନକୁ ଭାରତ ଗୁଳି କରି ଖସାଇ ଦେଇଥିବା ମଧ୍ୟ କୁହାଯାଇଥିଲା। କିନ୍ତୁ ଏବେ ଆମେରିକାର ଏକ ମ୍ୟାଗାଜିନ୍‌ ଏହାକୁ ମିଛ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛି। ଏହି ମ୍ୟାଗାଜିନ୍‌ରେ କୁହାଯାଇଛି, ଆମେରିକା ଠାରୁ ପାକିସ୍ତାନ କିଣିଥିବା ସମସ୍ତ ଏଫ୍‌-୧୬ ଯୁଦ୍ଧ ବିମାନ ସୁରକ୍ଷିତ ରହିଛି ଏବଂ ଏଥିରୁ କୌଣସି ଗୋଟିଏ ବି ହଜି ନାହିଁ ବୋଲି ଏହି ମ୍ୟାଗାଜିନ୍‌ ପ୍ରକାଶ କରିଛି।

ଭାରତ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈଶ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାର ପରଦିନ ଅର୍ଥାତ ଫେବୃଆରୀ ୨୭ରେ ପାକ୍‌ ସେନା ଏଫ୍‌-୧୬ ଯୁଦ୍ଧ ବିମାନ ଜରିଆରେ ଭାରତର ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହାର ଜବାବ ଭାରତୀୟ ବାୟୁସେନା ପକ୍ଷରୁ ଦିଆଯାଇଥିଲା।

ଆକାଶ ମାର୍ଗରେ ହୋଇଥିବା ଲଢ଼େଇରେ ପାକିସ୍ତାନ ବ୍ୟବହାର କରିଥିବା ଏକ ଏଫ୍‌-୧୬ ଯୁଦ୍ଧ ବିମାନ ଖସି ପଡ଼ିଥିବା ଭାରତ ଦାବି କରିଥିଲା। ଏଥିସହ ଏଥିରେ ଲାଗୁଥିବା ଏକ ଯନ୍ତ୍ରାଂଶ ମଧ୍ୟ ଭାରତ ସମଗ୍ର ବିଶ୍ୱକୁ ଦେଖାଇଥିଲା। ତେବେ ପାକିସ୍ତାନ ଏହାକୁ ମାନି ନଥିଲା।

ଏବେ ସମ୍ପୃକ୍ତ ମ୍ୟାଗାଜିନ୍‌ଟି ପାକିସ୍ତାନ କହୁଥିବା କଥା ସତ ବୋଲି ପରୋକ୍ଷରେ ପ୍ରମାଣ କରିବାକୁ ଚେଷ୍ଟା କରିଛି। ମ୍ୟାଗାଜିନ୍‌ ପକ୍ଷରୁ କୁହାଯାଇଛି ଯେ “ ପାକିସ୍ତାନ ସରକାର ଆମେରିକା ବିଶେଷଜ୍ଞମାନଙ୍କୁ ସ୍ୱଦେଶ ନିମନ୍ତ୍ରଣ କରିଥିଲା।

ଆମେରିକା ଠାରୁ ଏଫ୍‌-୧୬ ଯୁଦ୍ଧ ବିମାନ କିଣାଯିବା ବେଳେ ଯେଉଁ ଚୁକ୍ତି ହୋଇଥିଲା, ତା’କୁ ଇସ୍‌ଲାମାବାଦ ଉଲ୍ଲଙ୍ଘନ କରି ନଥିବା ଏଥିରେ କୁହାଯାଇଥିଲା। ପାକିସ୍ତାନର ଅନୁରୋଧ ରକ୍ଷା କରି ଆମେରିକାର ଏକ ପ୍ରତିନିଧି ଦଳ ଇସ୍‌ଲାମାବାଦ ଯାଇ ସେଠାରେ ରହିଥିବା ଏଫ୍‌-୧୬ ଯୁଦ୍ଧ ବିମାନଗୁଡ଼ିକୁ ଯାଞ୍ଚ କରିଥିଲା। ଏହି ସମୟରେ ଆମେରିକା ବିକ୍ରି କରିଥିବା ସମସ୍ତ ଏଫ୍‌-୧୬ ଯୁଦ୍ଧ ବିମାନ ସୁରକ୍ଷିତ ରହିଥିବା ସେମାନେ ଦେଖିବାକୁ ପାଇଛନ୍ତି।”

ଏଥିରେ ଆହୁରି କୁହାଯାଇଛି ଯେ ଭାରତ ଫେବୃଆରୀ ୨୭ରେ ପାକିସ୍ତାନର କୌଣସି ଯୁଦ୍ଧ ବିମାନକୁ ଖସାଇ ନାହିଁ। ବରଂ ପାକିସ୍ତାନ ଭାରତର ଏକ ବିମାନକୁ ଗୁଳି କରି ଖସାଇ ଦେବାକୁ ସକ୍ଷମ ହୋଇଥିଲା। ଏଥିସହ ପାକ୍‌ ଗୁଳିରେ ନଷ୍ଟ ହୋଇଥିବା ବିମାନରେ ଥିବା ଭାରତର ଜଣେ ୱିଙ୍ଗ କମାଣ୍ଡରଙ୍କୁ ମଧ୍ୟ ପାକିସ୍ତାନ କାବୁ କରିବାରେ ସକ୍ଷମ ହୋଇଥିଲା।”

ଫେବୃଆରୀ ୧୪ ପୁଲୱାମା ଆତଙ୍କୀ ହମ୍‌ଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।



from Odisha Reporter http://bit.ly/2Ig6HeX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages