କାରରୁ ଜବତ ହେଲା ୯ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

କାରରୁ ଜବତ ହେଲା ୯ ଲକ୍ଷ ଟଙ୍କା

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍‌ରୁ ଏକ କାର୍‌ରୁ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ୯ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ପୁଲିସ କାର୍‌ ମାଲିକ ଆଳି ବ୍ଲକ ପତ୍ରପୁର ଗାଁର ବସନ୍ତ ଦାସଙ୍କୁ ଅଟକ ରଖି ପଚରା ଉଚରା କରୁଛି। ନିର୍ବାଚନ ସମୟରେ ସେ ଏତେ ଗୁଡ଼ାଏ ଟଙ୍କା କେଉଁଠିକି ନେଇ ଯାଇଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଓ ଫ୍ଲାଇଂସ୍କ୍ୱାର୍ଡ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ ବସନ୍ତଙ୍କର ଏକ ପେଟ୍ରୋଲ୍‌ ପମ୍ପ ଆଳିରେ ରହିଛି। ସେ ନିଜ କାର୍‌ରେ ତେଲ ଟାଙ୍କି ପଇସା ନେଇ ଯାଉଥିବା ଜଣାପଡ଼ିଛି।



from Odisha Reporter http://bit.ly/2G3yePq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages