
ୱକୋହାମା: ଭାରତର ଖ୍ୟାତନାମା ଟେବୁଲ ଟେନିସ୍ ଖେଳାଳି ଜି ସାଥିୟାନ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରେ ଚାଲିଥିବା ଆଇଟିଟିଏଫ୍-ଏଟିଟିୟୁ ଏସିଆନ୍ ଗେମ୍ସରେ ସାଥିୟାନ ୬ଷ୍ଠ ସ୍ଥାନରେ ରହି ବିଶ୍ୱକପ୍ ପ୍ରତିଯୋଗିତାକୁ ଯିବାର ସିଧାସଳଖ ଯୋଗ୍ୟତା ଲାଭ କରିଛନ୍ତି।
ଶନିବାର ସାଥିୟାନ ବିଶ୍ୱର ୧୪ ନମ୍ବର ଟେନିସ୍ ଖେଳାଳି ହଂକଂର ଚୁନ୍ ଥିଙ୍ଗ ୱଙ୍ଗଙ୍କୁ ପରାସ୍ତ କରିଥିଲେ। ତେବେ ଆଜି(ରବିବାର) ସେ ତାଇପେଇର ୧୭ ବର୍ଷୀୟ ଲିନ-ୟୋନ ଜୁଙ୍କ ଠାରୁ ୧୧-୧୪, ୧୧-୮,୧୧-୮ ଓ ୧୧-୧୪ରେ ପରାସ୍ତ ହୋଇଥିଲେ।
ପରାସ୍ତ ହୋଇଥିବା ସତ୍ତ୍ୱେ ସାଥିୟାନ ୬ଷ୍ଠ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛନ୍ତି। ଏଥିପାଇଁ ତାଙ୍କୁ ବିଶ୍ୱକପ୍ ଯୋଗ୍ୟତା ମିଳିଛି। ଆସନ୍ତା ଅକ୍ଟୋବର ୧୮ରୁ ୨୦ ଯାଏ ଚୀନ୍ର ଚେଙ୍ଗଡୁରେ ଟେବୁଲ ଟେନିସ୍ ବିଶ୍ୱକପ୍ ଅନୁଷ୍ଠିତ ହେବ।
from Odisha Reporter http://bit.ly/2I5uDT4
No comments:
Post a Comment