ଆୟକର ଚଢ଼ଉକୁ ନେଇ ମଧ୍ୟପ୍ରଦେଶ ପୁଲିସ୍‌- ସିଆର୍‌ପିଏଫ୍‌ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଆୟକର ଚଢ଼ଉକୁ ନେଇ ମଧ୍ୟପ୍ରଦେଶ ପୁଲିସ୍‌- ସିଆର୍‌ପିଏଫ୍‌ ମୁହାଁମୁହିଁ

ଭୋପାଳ: ମଧ୍ୟପ୍ରଦେଶର ୫୦ ଟି ସ୍ଥାନରେ ୨୦୦ ଆୟକର ଅଧିକାରୀ ଏକସଙ୍ଗେ ଚଢ଼ଉ କରିବାକୁ ନେଇ ସିଆରପିଏଫ୍‌ ଅଧିକାରୀ ଏବଂ ମଧ୍ୟପ୍ରଦେଶ ପୁଲିସ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସହିତ ଲିଙ୍କ ଥିବା କିଛି ଠିକଣାରେ ସନ୍ଧ୍ୟାରେ ଚଢ଼ଉ ଚାଲୁରହିଥିବା ସମୟରେ ହିଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

କମଲ ନାଥଙ୍କ ପୂର୍ବତନ ଓଏସ୍‌ଡି ପ୍ରବୀଣ କକ୍କରଙ୍କ ସହଯୋଗୀ ଅଶ୍ୱିନୀ ଶର୍ମାଙ୍କ ଘର ସାମ୍ନାରେ ହିଁ ସିଆରପିଏଫ୍‌ ଅଧିକାରୀଙ୍କ ସହିତ ପୁଲିସ୍‌ଙ୍କର କଥା କଟାକଟି ଦେଖିବାକୁ ମିଳିଥିଲା। ଆୟକର ବିଭାଗ ପକ୍ଷରୁ ଚଢ଼ଉ ସମୟରେ ହିଁ ସେଠାରେ ମଧ୍ୟପ୍ରଦେଶ ପୁଲିସ୍ ଜୋର କରି ପଶିବାକୁ ଉଦ୍ୟମ କରିବାରୁ ଏହି ଘଟଣା ଘଟିଥିବା ସୂଚନା ମିଳୁଛି।

ଏହି ପ୍ରସଙ୍ଗରେ ସୂଚନା ଦେଇ ଭୋପାଲ ଏସ୍‌ପି ଭୁପିନ୍ଦର ସିଂହ କହିଛନ୍ତି, ଆୟକର ବିଭାଗ ଏବଂ ଚଢ଼ଉ ସହିତ ଆମର କିଛି ମଧ୍ୟ ସମ୍ପର୍କ ନଥିଲା। କିନ୍ତୁ ଏହା ଏକ ଆବାସିକ ଘର, ଭିତରେ ଥିବା କିଛି ଲୋକ ଏସ୍‌ଏଚ୍‌ଓଙ୍କୁ ଡାକ୍ତରୀ ସହାୟତା ମାଗୁଥିଲେ। କିନ୍ତୁ ସେମାନେ ଚଢ଼ଉ ପାଇଁ ପୂରା କମ୍ପ୍ଲେକ୍ସ ବନ୍ଦ କରିଦେଇଥିଲେ।

ଏହାପରେ ସିଆରପିଏଫ୍‌ ଅଧିକାରୀ ପ୍ରଦୀପ କୁମାର କହିଛନ୍ତି, “ମଧ୍ୟପ୍ରଦେଶ ପୁଲିସ୍‌ ଆମକୁ ଆମ କାମ କରିବାକୁ ଦେଉନି। ସେମାନେ ଆମକୁ ଗାଳିଗୁଲଜ କରୁଛନ୍ତି। ଆମେ କେବଳ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରୁଛୁ। ଆମକୁ ନିର୍ଦ୍ଦେଶ ରହିଛି ଭିତରକୁ କାହାରିକୁ ଛଡ଼ାଯିବନି। ଚଢ଼ଉ ପ୍ରକ୍ରିୟା ଚାଲୁ ରହିଛି, ତେଣୁ ଭିତରକୁ କାହାରିକୁ ଛାଡ଼ିବୁନାହିଁ।”

ଏହି ସ୍ଥାନରେ ଭୋର ୩ଟା ସମୟରୁ ଚଢ଼ଉ ଆରମ୍ଭ ହୋଇଥିଲା।

ନିର୍ବାଚନୀ ଋତୁରେ ‘ହାୱାଲା ମନି’ କାରବାର ଏବଂ ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ପୂର୍ବତନ ଓଏସ୍‌ଡି କକ୍କରଙ୍କ ବ୍ୟତୀତ କମଲଙ୍କ ପୂର୍ବତନ ପରାମର୍ଶଦାତା ରାଜେନ୍ଦ୍ର ମିଗ୍‌ଲାନିଙ୍କ ଘର ଉପରେ ମଧ୍ୟ ଚଢ଼ଉ ହୋଇଥିଲା। ଏହି ଦୁଇ ଜଣ ନିର୍ବାଚନ ପୂର୍ବରୁ ହିଁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ କମଲ ନାଥଙ୍କ ଶଳାଙ୍କ କମ୍ପାନୀ ମୋଜରବାୟର ଏବଂ ପୁତୁରା ରତୁଲ ପୁରୀଙ୍କ କମ୍ପାନୀ ଉପରେ ମଧ୍ୟ ଚଢ଼ଉ ହୋଇଥିଲା।

ସୂଚନାଯୋଗ୍ୟ ଯେ, ସବୁସମୟରେ ଚଢ଼ଉ ପାଇଁ ସ୍ଥାନୀୟ ପୁଲିସ୍‌କୁ ସୂଚନା ଦିଆଯାଏ। କିନ୍ତୁ ଏପରି ହେଲେ ଆଗୁଆ ସୂଚନା ମିଳିଯିବ ଏବଂ ସେମାନେ ସତର୍କ ହୋଇଯିବାର ଆଶଙ୍କା ରହିଥିବାରୁ ସିଆରପିଏଫ୍‌ଙ୍କୁ କାମରେ ଲଗାଯାଇଥିଲା। ଏପରିକି ଏତେ ସଂଖ୍ୟାରେ ସିଆରପିଏଫ୍‌ ଅଧିକାରୀଙ୍କ ନିୟୋଜନ ବାବଦରେ ପଚରାଯିବାରୁ ସେମାନେ କହିଥିଲେ, ଏହା ନିର୍ବାଚନ ସମ୍ପର୍କିତ ପ୍ରକ୍ରିୟା। ଫଳରେ ପୁଲିସ୍‌ ଚଢ଼ଉ ବାବଦରେ ତିଳେ ମାତ୍ର ସୂଚନା ପାଇନଥିଲା। ଏହି ଅତି ଗୋପନୀୟ ଚଢ଼ଉକୁ ଆୟକର ବିଭାଗର ଦିଲ୍ଲୀ ୟୁନିଟ୍‌ ପରିଚାଳନା କରୁଥିଲା।



from Odisha Reporter http://bit.ly/2WMOcmo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages