
ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରଚାର ବେଳେ ଅପଦସ୍ଥ ହେଲେ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ। ତାଙ୍କ ରାଲି ଉପରକୁ ଜଣେ ଚାଷୀ ଧୂଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।
ପଟ୍ଟାମୁଣ୍ଡାଇ ବ୍ଲକ୍ ବଡ଼ପଡ଼ା ଗାଁରେ ଧ୍ରୁବ ସାହୁ ପ୍ରଚାର ପାଇଁ ରାଲିରେ ଯାଉଥିବା ବେଳେ ସ୍ଥାନୀୟ ଜଣେ ଚାଷୀ ରାଲି ଅଟକାଇ ଥିଲେ। ‘କାଳିଆ’ ଯୋଜନାରେ ଟଙ୍କା ମିଳିନଥିବାରୁ ସେ ଏହାର ପ୍ରତିବାଦ କରିବା ସହ ରାଲି ଉପରକୁ ଧୂଳି ଫିଙ୍ଗିଥିଲେ। ଚାଷୀଙ୍କ ନାଁ ରାମ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି।
ରାମଙ୍କ ଧୂଳି ମାଡ଼ ଯୋଗୁ ଧ୍ରୁବ ଓ ରାଲିରେ ଥିବା ସମର୍ଥକଙ୍କୁ ଦୀର୍ଘ ସମୟ ଧରି ହଟହଟା ହେବାକୁ ପଡ଼ିଥିଲା। ତେବେ ଏନେଇ ଧ୍ରୁବ ସାହୁ କିମ୍ବା ବିଜେଡିର କାହାରି ପ୍ରତିକ୍ରିୟା ମିଳିପାରିନାହିଁ।
from Odisha Reporter http://bit.ly/2Xyts2p
No comments:
Post a Comment