
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଅନ୍ତର୍ଦ୍ଦା ଗାଁରେ ଗତକାଲି ରାତିରେ ମିଠା ଖାଇ ୧୨ଜଣ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ପିଲାମାନେ ୮ଦିନ ତଳର ମିଠା ଖାଇଥିଲେ। ବାସି ମିଠା ଖାଇଥିବାରୁ ପିଲା ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି।
ସମସ୍ତଙ୍କ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
from Odisha Reporter http://bit.ly/2ZuXZjh
No comments:
Post a Comment