
ୱାୟାନାଡ଼: ପୁଣିଥରେ ଭିଡ଼ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଶଂସା ସାଉଣ୍ଟିଛନ୍ତି। ଏଥର ସେ ଏକା ନୁହନ୍ତି, ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଖବର ସଂଗ୍ରହ କରୁଥିବା ୩ ଜଣ ସାମ୍ବାଦିକ ଅଚାନକ ବ୍ୟାରିକେଡ୍ ଭାଙ୍ଗିପଡ଼ିବାରୁ ଆହତ ହୋଇଥିବା ବେଳେ ଉଭୟ ରାହୁଲ ଏବଂ ପ୍ରିୟଙ୍କା ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ସହ ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍ ପଠାଇଥିଲେ। ଏହାକୁ ସୋଶାଲ୍ ମିଡିଆରେ ଅନେକ ଲୋକ ପ୍ରଶଂସା କରିଛନ୍ତି।
ଆଜି ରାହୁଲ ଗାନ୍ଧି କେରଳର ୱାୟାନାଡ଼ରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା। ତେବେ ଏହି ଖବର ସଗ୍ରହ କରୁଥିବା ୩ ଜଣ ସାମ୍ବାଦିକ ହଠାତ୍ ବ୍ୟାରିକେଡ୍ ଭାଙ୍ଗି ଯିବାରୁ ଆହତ ହୋଇଥିଲେ।
ରାହୁଲ ଗାନ୍ଧି ଏହା ଦେଖିବା କ୍ଷଣି ନିଜ ଗାଡ଼ିରୁ ଓହ୍ଲାଇବା ସହ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ତାଙ୍କ ସହ ଉଭଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ରହିଥିଲେ। ରାହୁଲ ନିଜେ ତଳେ ପଡ଼ିଥିବା ସାମ୍ବାଦିକଙ୍କୁ ଉଠାଇବା ସହ ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍ ନେବାର ବ୍ୟବସ୍ଥା କରିଥିଲେ।
from Odisha Reporter https://ift.tt/2Uwjj8o
No comments:
Post a Comment